fbpx

ଓଡ଼ିଶାକୁ ଆସୁଛି ପ୍ରବଳ ବର୍ଷା: ସତର୍କ କଲେ ଏସଆରସି, ପ୍ରବଳ ବର୍ଷିବା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଯୋଗୁଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ରାଜ୍ୟବାସୀଙ୍କୁ ସତର୍କ ସୂଚନା ଦେବା ସହ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସଆରସି । ରାଜ୍ୟରେ ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜାଗାରେ ଭୂସ୍ଖଳନ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଏସଆରସି କହିଛନ୍ତି ।

ଏହା ସହ ପ୍ରବଳ ବର୍ଷା ଯୋଗୁଁ ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ହେବାର ସମ୍ଭାବନା ମଧ୍ୟ ରହିଛି । ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବାର ସମ୍ଭାବନା ରହିଛି । ବର୍ଷା ନେଇ ସତର୍କ କରିବା ସହ ଅଧିକାରୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରିବେ । ଭୂସ୍ଖଳନ ସମ୍ଭାବନା ଥିବା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ତାଗିଦ କରାଯାଇଛି । ଡଙ୍ଗା ଓ ଯନ୍ତ୍ରଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଯାଇଥିବା ମତ୍ସଜୀବୀ କାଲି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Get real time updates directly on you device, subscribe now.