Weather: ଆସନ୍ତା 2 ତାରିଖ ଯାଏଁ ପ୍ରବଳ ବର୍ଷା, ଆଜି ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ
ଆଜି ପୁରୀରେ ଘଡ଼ଘଡ଼ି ସହିତ ହୋଇପାରେ ବର୍ଷା ।
ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଓଡ଼ିଶା ପଶ୍ଚିମବଙ୍ଗ ଅଞ୍ଚଳ ଉପରେ ଲଘୁଚାପ ରହିଛି । ଏହାର ପ୍ରଭାବରେ ଆସନ୍ତା 2 ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଉତ୍ତର ଓଡ଼ିଶା ଏବଂ ପାଖ ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ ବୋଲି କୁହାଯାଇଛି ।
ଆଜି ପବିତ୍ର ରଥଯାତ୍ରା- ତେବେ ଆଜି ପବିତ୍ର ଘୋଷଯାତ୍ରା । ଆଜି ପୁରୀରେ ଘଡ଼ଘଡ଼ି ସହିତ ଅସରାଏ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ, ଅନେକ ସ୍ଥାନରେ ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହୋଇପାରେ ।
ଆଜି ଏହି ସ୍ଥାନରେ ବର୍ଷା- ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । କେତେକ ସ୍ଥାନରେ ପବନର ବେଗ ମଧ୍ୟ ଅଧିକ ରହିପାରେ ।
ସେହିପରି ପୁରୀ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସାଧାରଣତଃ ରଥଯାତ୍ରା ଦିନ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି ।