fbpx
BJD SKY
BJD SKY

ହେଲମେଟରେ ଲାଗିବ ଚିପ୍, ମଦ ପିଇ ଚଳାଇଲେ ହେବ ନାହିଁ ଷ୍ଟାର୍ଟ

BJD

ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ମାମଲା ଅନେକ ସମୟରେ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ଏହିପରି ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଚାଲି ଯାଉଛି । ରାଞ୍ଚିର ସ୍କୁଲରେ ଛାତ୍ରଛାତ୍ରୀମାନେ ଏମିତି ଏକ ହେଲମେଟ୍ ପ୍ରସ୍ତୁତ କରିଛନ୍ତି, ଯାହାକି ଏହିପରି ଘଟଣା ଉପରେ ରୋକ୍ ଲଗାଯାଇପାରିବ । ଏଥିପାଇଁ ଛାତ୍ରଛାତ୍ରୀମାନେ ହେଲମେଟରେ ଏକ ସ୍ପେଶାଲ ଚିପ୍ ଲଗାଇଛନ୍ତି ।

ଏହି ଚିପ୍ ନିଶା ଖାଇ ବାଇକ୍ ଚଲାଉ ଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବ । ସେଣ୍ଟ ଜାଭିୟର ସ୍କୁଲର ୪ ଜଣ ଛାତ୍ରଛାତ୍ରୀ ଏହି ପ୍ରୋଟୋଟାଇପକୁ ତିଆରି କରିଛନ୍ତି । ଛାତ୍ରଛାତ୍ରୀମାନେ ସେନ୍ସରର ଯୁକ୍ତ ଏକ ହେଲମେଟ୍ର ପ୍ରୋଟୋଟାଇପ୍ ତିଆରି କରିଛନ୍ତି । ଯଦି ପ୍ରୋଟୋଟାଇପ୍କୁ ବାସ୍ତବିକ ଜୀବନରେ ବିକଶିତ କରାଯାଇଛି, ତ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭରେ ଲଗାମ ଲାଗିବ । ହେଲମେଟରେ ଏକ ଏମିତି ଚିପ୍ ଲାଗିଛି, ଯାହା ବାଇକ୍ ରାଇଡର ନିଶାରେ ଥିବାରୁ ଆଲର୍ଟ ପଠାଇବ । ହେଲମେଟର ଆଲର୍ଟ କାରଣରୁ ବାଇକ୍ ଷ୍ଟାର୍ଟ ହିଁ ହେବ ନାହିଁ ।

ଛାତ୍ରଛାତ୍ରୀମାନେ ଆଗକୁ ଆଉ ଏକ ଚିପ୍ ବିକଶିତ କରିବାକୁ ଚାହାନ୍ତି, ଯେଉଁଥିପାଇଁ ହେଲମେଟ ନ ପିନ୍ଧିଥିଲେ ବା ଭଲରେ ନପିନ୍ଧିଲେ ବାଇକ୍ ଷ୍ଟାର୍ଟ ହେବ ନାହିଁ । ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭରେ ହେବାକୁ ଦୁର୍ଘଟଣାକୁ ରୋକିବା ପାଇଁ ସେଣ୍ଟ ଜାଭିୟର ସ୍କୁଲର ୬ତମ କ୍ଲାସର ୪ଜଣ ପିଲା ସେନ୍ସର ଥିବା ଏହି ଖାସ୍ ହେଲମେଟକୁ ପ୍ରସ୍ତୁତ କରିଛନ୍ତି । ହେଲମେଟରେ ଲାଗିଥିବା ଚିପ୍ ମଦର ବାସ୍ନାକୁ ଡିଟେକ୍ଟ କରିବା ସହ ବାଇକକୁ ଷ୍ଟାର୍ଟ ହେବାରେ ମଧ୍ୟ ରୋକିବ । ଏହି ପ୍ରୋଟୋଟାଇପକୁ ଅଭିରାଜ ସିଂହ, ବତ୍ସଲ ସରାବଗୀ, ପାର୍ଥ ଓ ଆରଭ ପୋଦ୍ଦାର ବିକଶିତ କରିଛନ୍ତି ।

Get real time updates directly on you device, subscribe now.