fbpx

ଆତ୍ମହତ୍ୟାକୁ ରୋକିବା ପାଇଁ ଜାରି ହେବ Help Line Number: ଲୋକଙ୍କ ଦୁଃଖ ବୁଝିବେ ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍କଟ ରୋଗ ପରି ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ଏହା ପ୍ରଶାସନର ନିଦ ହଜାଇ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ୧୪ରୁ ୧୫ ଜଣ ଲୋକ ଆତ୍ମହତ୍ୟା କରୁଥିବା ଦେଖାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯିବା ନେଇ ଯୋଜନା କରାଯାଉଛି ।

ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟା ମାମଲାକୁ ରୋକିବା ପାଇଁ କମିଶନରେଟ ପୋଲିସ ନୂଆ ପଦକ୍ଷେପ ନେବାକୁ ଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାଂଶ କ୍ଷେତ୍ରରେ କିଛି ପୁରୁଷ, ମହିଳା, ଯୁବକ, ଯୁବତୀ ଅନ୍ୟ ବାଟ ନପାଇ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପରି କୁପଥକୁ ଆଦରି ନେଉଥିବା ଦେଖାଯାଉଛି । ଏହି ସମସ୍ୟା ବର୍ତ୍ତମାନ ଆମ ସମାଜ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ।

ତେବେ ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଏକ ହେଲପ୍ ଲାଇନ୍ ନମ୍ବର ଜାରି କରିବାକୁ ଯାଉଛନ୍ତି । ଲୋକଙ୍କ ସହ ଆଲୋଚନା କରାଯାଇ ସେମାନଙ୍କର ସମସ୍ୟା ବିଷୟରେ ଅବଗତ ହେଲେ ଏହାକୁ କିଛି ମାତ୍ରାରେ ରୋକଯାଇ ପାରିବ ବୋଲି ଅନୁମାନ କରାଯାଉଛି । ନିକଟରେ ରାଜ୍ୟର ଏକାଧିକ କଲେଜ, ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ତେବେ ଏହି ହେଲପ ଲାଇନରେ ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ବରିଷ୍ଠ ପୋଲିସ ଅଫିସର ରହିବେ ବୋଲି ଜଣପାଡ଼ିଛି ।

Get real time updates directly on you device, subscribe now.