fbpx
BSKY
BJD MC SKY
BJD YOUTH SKY

ବିଶ୍ୱକପ ହକି ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର; ମେସେଜ କଲେ ଜାଣିହେବ ସମସ୍ତ ତଥ୍ୟ

ଭୁବନେଶ୍ୱର: ଆସନ୍ତା ହକି ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ବିଶ୍ୱକପ ହକି ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ନମ୍ବର କମିଶନରେଟ ପୋଲିସ ଜାରି କରିଛନ୍ତି । ୭୩୭୭୭୭୦୦୭୦ ନମ୍ବରରେ ମେସେଜ କଲେ ସମସ୍ତ ତଥ୍ୟ ଜାଣିହେବ । ଏହି ହ୍ୱାଟ୍ସଆପ୍ ନମ୍ବରରେ ଲୋକେ ସମସ୍ତ ତଥ୍ୟ ପାଇପାରିବେ । ଟିକେଟ, ଟ୍ରାଫିକ, ପାର୍କିଂ, ସ୍କୋର, ଷ୍ଟାଡିୟମ ଲେ- ଆଉଟ ଜାଣିପାରିବେ ।

ଚଳିତ ମାସ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆରମ୍ଭ ହେବ ହକି ବିଶ୍ୱକପ । ସେଥିପାଇଁ ବିଶ୍ୱକପର ସମସ୍ତ ମ୍ୟାଚ ଆୟୋଜନ ହେବାକୁ ସ୍ଥିରୀକୃତ ହୋଇଥିବା ଦୁଇ ସହର ଭୁବନେଶ୍ୱର ଓ ରାଉରକେଲାକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ ପାଇଁ ଏକାଧିକ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରି ଆଜି ଓଡ଼ିଶା ସରକାର ଦେଶ, ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।

ସେହିପରି ଚଳିତ ପୁରୁଷ ହକି ବିଶ୍ୱକପର ମ୍ୟାଚକୁ ଦେଖିବା ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବଡ଼ ଏଲସିଡି ସ୍କ୍ରିନ ଲାଗିବ । ଉଦଘାଟନୀ ମ୍ୟାଚଠାରୁ ଆରମ୍ଭ କରି ଉଦଯାପନୀ ଉତ୍ସବକୁ ପ୍ରସାରିତ କରାଯିବ । ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ହକିର ମଜା ଉଠାଇ ପାରିବେ ।

Get real time updates directly on you device, subscribe now.