fbpx

ଆଲିଙ୍ଗନ ସମୟରେ ଭାଙ୍ଗିଗଲା ଛାତିର ହାଡ, ପୁରୁଷ ସହକର୍ମୀଙ୍କଠୁ କ୍ଷତିପୂରଣ ମାଗି ଥାନାର ଦ୍ୱାରସ୍ଥ ହେଲେ ମହିଳା

ନୂଆଦିଲ୍ଲୀ: କୁହାଯାଏ ଯେ, କୌଣସି ଲୋକଙ୍କ ସହିତ ମିଶିବା ସମୟରେ ଯଦି ଭଲା ପାଇବା ସହିତ ଆଲିଙ୍ଗନ କରନ୍ତି ତେବେ ବହୁତ୍ ଖୁସି ମିଳିଥାଏ। ଏବେ ଏକ ଖବର ଆସିଛି ଯେଉଁଥିରେ ଜଣେ ଯୁବକ ତାଙ୍କର ମହିଳା ବନ୍ଧୁଙ୍କୁ ଏତେ ଜୋରରରେ ଆଲିଙ୍ଗନ କଲେ ଯେ, ମହିଳାଙ୍କ ଛାତିରେ ହାଡ଼ ଭାଙ୍ଗି ଯାଇଥିଲା। ଏହି ଘାଟଣା ଚୀନ୍ ର ଅଟେ। ମହିଳା ଜଣକ ତାଙ୍କର ସହକର୍ମିଙ୍କ ଉପରେ ଏବେ ଏକ ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସହ କର୍ମୀ ତାଙ୍କୁ ଖୁବ୍ ଜୋରରେ ଆଲିଘନ କରିଥିଲେ। ମହିଳା ଜଣକ ସହକର୍ମୀଙ୍କ ବିରୋଧରେ ୟୁନସି କୋର୍ଟରେ ଅଭିଯୋଗ କରିଥିଲେ ଓ ଆଲିଙ୍ଗନ ହେତୁ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଅର୍ଥର କ୍ଷତିପୂରଣ ମାଗିଥିଲେ।

ଖବର ଅନୁଯାୟୀ, ମେ ୨୦୨୧ ରେ ଏହି ଦୁର୍ଘଟଣା ଘଟିଥିଲା। ଚାଇନାର ହୁନାନ ପ୍ରଦେଶର ୟୁୟାଙ୍ଗ ସହରର ଜଣେ ମହିଳା ତାଙ୍କ କର୍ମକ୍ଷେତ୍ରରେ ଜଣେ ସହକର୍ମୀଙ୍କ ସହ ଚାଟିଂ କରୁଥିଲେ ଯେତେବେଳେ ଜଣେ ପୁରୁଷ ସହକର୍ମୀ ତାଙ୍କ ନିକଟକୁ ଆସି ତାଙ୍କୁ ଖୁବ ଜୋରରେ ଆଲିଙ୍ଗନ କରିଥିଲେ। ମହିଳା ଜଣକ ଆଲିଙ୍ଗନ ପରେ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ଆଇଓଏଲ୍ ଅନୁଯାୟୀ, କାମ ପରେ ମଧ୍ୟ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସେ ଛାତିରେ ଗରମ ତେଲ ଲଗାଇ ଶୋଇପଡିଲେ। ଛାତିରେ ଯନ୍ତ୍ରଣା ହେବାର ପାଞ୍ଚ ଦିନ ପରେ ମହିଳା ଜଣକ ଡାକ୍ତରଖାନାକୁ ଯାଇଥିଲେ।

ଏକ୍ସ-ରେ ସ୍କାନ ଅନୁଯାୟୀ, ମହିଳାଙ୍କର ତିନୋଟି ହାଡ ଭାଙ୍ଗି ଯାଇଥିଲା, ସେଥିମଧ୍ୟରୁ ଦୁଇଟି ତାଙ୍କ ଡାହାଣ ପାର୍ଶ୍ୱରେ ଏବଂ ଗୋଟିଏ ବାମ ପାର୍ଶ୍ୱରେ ଥିଲା। ଚାକିରିରୁ ଅନୁପସ୍ଥିତ ରହିବାକୁ ବାଧ୍ୟ ହୋଇଥିବାରୁ ସେ ଟଙ୍କା ମଧ୍ୟ ହରାଇଥିଲେ। ତାଙ୍କୁ ନର୍ସିଂ ସେବା ଏବଂ ଚିକିତ୍ସା ଖର୍ଚ୍ଚ ମଧ୍ୟ ଦେବାକୁ ପଡିଲା। ସୁସ୍ଥ ହେବାବେଳେ ସେ ପୁରୁଷ ସହକର୍ମୀଙ୍କ ନିକଟକୁ ଯାଇଥିଲେ ଯିଏ ତାଙ୍କ ହାଡ ଭାଙ୍ଗିଥିଲେ। ତେବେ ବ୍ୟକ୍ତି ଜଣକ ସେ ତାଙ୍କୁ ଆଘାତ କରିଥିବାର କୌଣସି ପ୍ରମାଣ ନାହିଁ। କିଛି ଦିନ ପରେ ମହିଳା ତାଙ୍କ ସହକର୍ମୀଙ୍କଠୁ ଆର୍ଥିକ କ୍ଷତି ପାଇଁ କ୍ଷତିପୂରଣ ମାଗି ମାମଲା ରୁଜୁ କରିଥିଲେ। ପରେ କୋର୍ଟ ତାଙ୍କର ସହକର୍ମୀଙ୍କୁ ୧୦,୦୦୦ ୟୁଆନ୍ ବା ୧.୧୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.