fbpx

ସହରରେ ବୁଲୁଛନ୍ତି ହାତୀପଲ, ଲୋକେ ଆତଙ୍କିତ

ଝାରସୁଗୁଡା: ବିଳମ୍ବିତ ରାତିରେ ଝାରସୁଗୁଡା ସହରରେ ଦଳ ଦଳ ହାତୀ ବୁଲୁଥିବାର କଥା ସାମ୍ନାକୁ ଆସିଛି । ଏନେଇ ସହରବାସୀ ଭୟଭୀତ ପରିସ୍ଥିତିରେ ଦିନ କଟୁଛନ୍ତି । କେହି ଘରୁ ପଦାକୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ସହରର ମୁଙ୍ଗପଡା, ସରବାହାଲ ଓ ବୃନ୍ଦାମାଲରେ ପଲ ପଲ ହାତୀ ବୁଲୁଥିଲେ । ଏହି ହାତୀପଲଙ୍କୁ ଦେଖି ସହବାସୀ ଆତଙ୍କିତ ହୋଇଛନ୍ତି । ଏହି ଖବର ସଙ୍ଗେ ସଙ୍ଗେ ସହବାସୀ ବନକର୍ମଚାରୀ ଏବଂ ପୋଲିସକୁ ଜଣାଇଥିଲେ । ସେଠାରେ ସେମାନେ ପହଁଚି ହାତୀପଲକୁ ଘୋଡାଇଥିଲେ । ଲୋକଙ୍କ କହିବା ଅନୁସାରେ ହାତୀମାନେ ନିକଟ ଜଙ୍ଗଲରେ ରହୁଛନ୍ତି ।

ସେହିପରି ଦୀର୍ଘ ଦୁଇମାସ ହେବ ଚମ୍ପୁଆ ରେଞ୍ଜର ଅନ୍ତର୍ଗତ ଯୋଡା ସହର ଉପକଣ୍ଠରେ ହାତୀ ଉପଦ୍ରବ ଜାରି ରହିଥିଲା । ସେଠାରେ ହାତୀ ପଶି ସ୍ଥାନୀୟ ବାଚୁ ହଟିଂ ଓ ରମଜାନ ଜଟିଂରେ ଉପଦ୍ରବ ଚଳାଇବା ଯୋଗୁଁ ସହରରେ ଆତଙ୍କ ଖେଳିଯାଇଥିଲା । ସେଠାରେ ହାତୀପଲ ରାମଚନ୍ଦ୍ର ପିଙ୍ଗୁଆ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସମୟରେ ସେ ତାଙ୍କ ପରିବାରକୁ ବାହାରକୁ ନେଇ ପଳାଇ ନିଜ ଜୀବନ ବଞ୍ଚାଇଥିଲେ ।

Get real time updates directly on you device, subscribe now.