ଛେଳିକୁ ବଳି ଦେବାକୁ ହାତ ଗଲାନି, ନିଜ ଜୀବନକୁ ବଳି ଦେଇଦେଲେ

ନିଜ ପୁଅ ପରି ପାଳିଥିଲେ ଛେଳିକୁ, ଇଦରେ ଛେଳିକୁ ବଳି ଦେବାକୁ ହାତ ନଯିବାରୁ ନିଜ ଜୀବନକୁ ବଳି ଦେଇ ଦେଲେ ବୃଦ୍ଧ

ଉତ୍ତରପ୍ରଦେଶ: ଛେଳିକୁ ବଳି ଦେବାକୁ ହାତ ଗଲାନି, ସେଥିପାଇଁ ସେ ନିଜ ଜୀବନକୁ ବଳି ଦେଇଦେଲେ। ଆଜ୍ଞା ହଁ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଦେଓରିଆରେ। ଏହି ଘଟଣା ଦେଖିଲା ପରେ ମନେ ହେଉଛି ଯେପରି ଆଜି ମଧ୍ୟ ମଣିଷ ପଣିଆ ବଞ୍ଚିଛି।
ସାଧାରଣତଃ ମୁସଲମାନମାନେ ଇଦରେ ଛେଳି ବଳି ଦେବାର ପ୍ରଥା ରହିଛି କିନ୍ତୁ ଦେଓରିଆରେ ଜଣେ ବୃଦ୍ଧ ବ୍ୟକ୍ତି ଛେଳି ବଳି ଦେବା ବଦଳରେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି।

ମୃତକଙ୍କ ନାମ ଇସମହମ୍ମଦ ଅନସାରୀ। ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ତିନି ପୁଅ – ଅହମଦ, ଫୈଜ ଏବଂ ତାଜ ଅନସାରୀଙ୍କୁ ବୁଝାଏ। ତାଙ୍କର ଦୁଇଟି ଝିଅ ବିବାହିତ। ଇସମହମ୍ମଦ ଜଣେ ଶ୍ରମିକ ଭାବରେ କାମ କରୁଥିବାବେଳେ ତାଙ୍କ ବଡ଼ ପୁଅ କୁକୁଡ଼ା ମାଂସ ବିକ୍ରୟ କରନ୍ତି।

କଣ ଥିଲା ପୁରା ଘଟଣା? ଇଦ ଦିନ ସେ ନମାଜ ପାଠ କରି ଛେଳି ବଳି ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ କିନ୍ତୁ ଛେଳି ବଦଳରେ ସେ ନିଜେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେବ ସହ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ପାଇଥିଲା। ଯେଉଁଥିରେ ମୃତକ ଜଣଙ୍କ ଦେଖିଥିଲେ, ‘ଜଣେ ମଣିଷ ନିଜ ପୁଅ ପରି ଛେଳିକୁ ପାଳନ କରେ, ସେ କିପରି ତାକୁ ବଳି ଦେଇପାରିବ? ସେ ମଧ୍ୟ ଏକ ଜୀବନ୍ତ ପ୍ରାଣୀ, ମୁଁ ଆଲ୍ଲାଙ୍କ ଦୂତ ନାମରେ ନିଜକୁ ବଳିଦାନ ଦେଉଛି। ମୋତେ କେହି ହତ୍ୟା କରିନାହାଁନ୍ତି ଏବଂ ମୋର ମୃତଦେହକୁ ସେହି ଖମ୍ବ ପାଖରେ କବର ଦେଇଦେବେ।’

ବଳିଦାନ ପୂର୍ବରୁ ତନ୍ତ୍ର-ମନ୍ତ୍ର: ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଘଟଣା ଦିନ ଇସମହମ୍ମଦ ଘରେ ଧୂପକାଠି ଜାଳି ତନ୍ତ୍ର-ମନ୍ତ୍ର କରୁଥିଲେ। ତା’ପରେ ହଠାତ୍ ସେ ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡ଼ିଗଲେ। ପାଖରେ ଗୋଟିଏ ଭୁଜାଲି ପଡ଼ିଥିଲା। ତା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ଏହି ସବୁ ଘଟଣା ବିଷୟରେ ଶୁଣି ଏବଂ ସୁଇସାଇଡ୍ ନୋଟ ସଂଗ୍ରହ କରି କହିଛି ଯେ, ଏହା ଆତ୍ମହତ୍ୟା ମାମଲା ବୋଲି ମନେ ହେଉଛି। ତଥାପି ମଧ୍ୟ ମାମଲାର ତଦନ୍ତ ଚାଲିଛି।