fbpx

ମଧୁମେହରୁ ବଞ୍ଚାଇବ ଏହି ୭ଟି ସିମ୍ପଲ୍ ଉପାୟ, ଜାଣନ୍ତୁ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ଗତ ଦୁଇ ବର୍ଷ ମଧ୍ୟରେ ମଧୁମେହ ଜନିତ ମାମଲାରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ମଧୁମେହରେ ପୀଡ଼ିତ ହେବାର ମୁଖ୍ୟ କାରଣ ହେଉଛି ଲୋକଙ୍କ ଖରାପ ଜୀବନଶୈଳୀ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା କିଛି ସାଧାରଣ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଡାଇବେଟିସ୍ ରୁ ମୁକ୍ତି ମିଳିପାରିବେ କିମ୍ବା ମଧୁମେହକୁ ନିୟନ୍ତ୍ରଣକୁ ଆଣିଯାଇପାରିବ । ତେବେ ଏହିସବୁ ତରିକା ଟାଇପ୍ ୨ ଡାଇବେଟିସ୍ ଏବଂ ମୋଟାପଣକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ସେସବୁ ଉପାୟ ।

ଜୋରଜବରଦସ୍ତି ଖାଦ୍ୟ ଖାଇବା, ମଦ ଠାରୁ ଦୂରେଇ ରହିବା, କ୍ୟାଲୋରୀ ଉପରେ ଧ୍ୟାନ ଦେବା, ଖାଇବା ପୁର୍ବରୁ ପାଣି ପିଇବା, ଫାଷ୍ଟ ଫୁଡ୍ ଠାରୁ ଦୁରେଇ ରହିବା ଏବଂ ମୁଡ୍ ସବୁବେଳେ ଠିକ୍ ରଖିବା । ଏହିସବୁ ଉପାୟ ମଧୁମେହକୁ କଣ୍ଟ୍ରୋଲରେ ରଖିବାରେ ଖୁବ୍ ସହାୟକ ହୁଏ । ଅନେକ ସମୟରେ ଆପଣ ଭୋକ ନଲାଗିଲେ ମଧ୍ୟ ଖାଇଥାନ୍ତି । ତେବେ ଏପରି ବିନା ଭୋକରେ ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼େ । ସେହିପରି ଆପଣ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ନିଜର ଓଜନ ଅନୁସାରେ, ଡାଇଟ୍ ପ୍ଲାନ୍ କରନ୍ତୁ । ଯେପରି ଯଦି ଆପର ୨୫୦ କ୍ୟାଲୋରୀ ବିଶିଷ୍ଟ କୌଣସି ଚକଲେଟ୍ ଖାଇବାକୁ ଚାହୁଁଛନ୍ତି ତେବେ ୪୨ ଥର ସିଡି ଚଢ଼ନ୍ତୁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ, ଖାଦ୍ୟ ଖାଇବା ପୂର୍ବରୁ ଗୋଟିଏ ରୁ ଦୁଇଟି ଗ୍ଲାସ୍ ପାଣି ପିଅନ୍ତୁ । ଏପରି କରିବା ଦ୍ୱାରା ପେଟ ଭରିଯାଏ ଓ ଭୋକ କମ୍ ଲାଗେ । ପାଣି, ମେଟାବୋଲିଜିମ୍ ବଢ଼ିବାରେ ସାହାଯ୍ୟ କରେ । ଏହା ସ୍କିନ୍ କୁ ହେଲଦୀ ରଖିବାରେ ସହାୟକ ହୁଏ । ସେହିପରି ଡିପ୍ରେସନ୍ କାରଣରୁ ମୋଟାପଣ ବଢ଼ିଥାଏ । ଷ୍ଟଡିରୁ ଜଣାପଡ଼ିଛି ଯେ, ଲୋକମାନେ ଡିପ୍ରେସନ୍ ରେ ଥିବା ସମୟରେ ଅଧିକ ଖାଦ୍ୟ ଖାଇଥାନ୍ତି । ତେଣୁ ସବୁବେଳେ ମୁଡ୍ ଠିକ୍ ରଖନ୍ତୁ ।

Get real time updates directly on you device, subscribe now.