fbpx

ମମିତା ନିଖୋଜ ମାମଲା: ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ!

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ଏବେ ବି ଅନେକ ରହସ୍ୟ ପରଦା ପଛରେ ରହିଛି । ପୋଲିସ ବାରାକରୁ କେମିତି ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହୋଇଗଲେ, ସେନେଇ ପ୍ରଶ୍ନ ଉଠିଛି । ଏତେ ପୋଲିସ ଥାଇ କେମିତି ଚକମା ଦେଲେ ଗୋବିନ୍ଦ? ଗୋବିନ୍ଦ ଖସିଗଲେ ନା ତାଙ୍କୁ ଖସାଇଦେଲେ ବୋଲି ପ୍ରଶ୍ନ ଉଠୁଛି । ଏହା ସହ ଫେରାର ବେଳେ କାହିଁକି ପାୱାରକଟ୍ ହୋଇଥିଲା ବୋଲି ପ୍ରଶ୍ନ ଉଙ୍କିମାରୁଛି । ତେବେ ଗୋବିନ୍ଦଙ୍କ ବିରୋଧରେ ଆଇପିସିର ୩୬୬ ଧାରା ଲାଗିଥିବା ବେଳେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ । ତଥାପି ବି ଗୋବିନ୍ଦଙ୍କୁ କାହିଁକି ପୋଲିସ କୋର୍ଟଚାଲାଣ କରିନଥିଲା ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ମହାଲିଙ୍ଗ ସନସାଇନ୍ ସ୍କୁଲ ଭିତରେ ସେକ୍ସ ସ୍କାଣ୍ଡାଲ ଚାଲିଥିବା କୁହାଯାଇଛି । ସାମ୍ନାକୁ ଆସିଥିବା ଅଡିଓରୁ ଏହାର ସୁରାକ୍ ମିଳୁଛି, ଯେଉଁଥିରେ କାହାକୁ ମାର୍କ ତ ଆଉ କାହାକୁ ଅନ୍ୟ କିଛି ପ୍ରତିଶ୍ରୁତି ଦିଆଯାଉଥିଲା ।

ତେବେ ମମିତାଙ୍କ ହତ୍ୟା ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଆଜି ମହାଲିଙ୍ଗ ସ୍ଥିତ ନିର୍ମାଣଧୀନ ଷ୍ଟାଡିୟମକୁ ସିଲ୍ କରିଛି ପୋଲିସ । ଷ୍ଟାଡିୟମ୍ ପରିସରରେ ମୁତୟନ ହୋଇଛନ୍ତି ୧ ପ୍ଲାଟୁନ୍ ଫୋର୍ସ । ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ଗତକାଲି ରାତିରୁ ବରିଷ୍ଠ ପୋଲିସ ଅଧିକାରୀ  ସେଠାରେ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମ୍ ପରିସରକୁ ମମିତାଙ୍କ ଜଣେ ସମ୍ପର୍କୀୟଙ୍କୁ ଆଣିଛି ପୋଲିସ । ନିଖୋଜ ଶିକ୍ଷୟତ୍ରୀଙ୍କୁ ଏଠାରେ ହତ୍ୟା କରି ପୋତିଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଷ୍ଟାଡିୟମ୍ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ଆରମ୍ଭ ହେବ ।

Get real time updates directly on you device, subscribe now.