fbpx

ଆସିଗଲା ପରଫେକ୍ଟ ପୋର୍ଟେବଲ ଏସି, ଭଡାରେ ରହୁଥିବା ଲୋକଙ୍କ ଲାଗି ବେଶ୍ କାମରେ ଆସିବ

ଓଡ଼ିଶା ଭାସ୍କର: ଦେଶର ବିଭିନ୍ନ ଭାଗରେ ଏବେ ଭୀଷଣ ଗ୍ରୀଷ୍ମପ୍ରବାହ ହେଉଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଘରେ ଏସି ଲଗାଉଛନ୍ତି । ସାଧାରଣତଃ ଲୋକମାନେ — କିମ୍ବା – ଏସିର ବ୍ୟବହାର କରିଥାନ୍ତି । ଆଜି ଆମେ ଆପଣଙ୍କୁ ପୋର୍ଟେବଲ ଏସି ବିଷୟରେ କହିବାକୁ ଯାଉଛୁ । ଏହାକୁ ଆପଣ ରୁମ୍ କୁଲର ପରି ଘରର ଯେ କୌଣସି କୋଣରେ ଲଗାଇପାରିବେ ।

ଏହି ଏସି ଲଗାଇବାକୁ ଆପଣଙ୍କୁ କାନ୍ଥ ଖୋଳିବାକୁ ପଡିବ ନାହିଁ । ଆପଣ ଏହାକୁ ଘରର କୌଣସି ବି ଦିଗରେ ଲଗାଇପାରିବେ । ଭଡାରେ ରହୁଥିବା ଲୋକଙ୍କ ଲାଗି ଏହି ଏସି ବେଶ୍ ଉପଯୋଗୀ । ସେମାନେ ଏହାକୁ ବେଶ୍ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇପାରିବେ ।

ଏହି ଏସିରେ ଏକ ଏଗ୍‌ଜଷ୍ଟ ପାଇପ୍ ଲାଗିଛି ଯାହା ଗରମ ପବନକୁ ବାହାରକୁ ଛାଡିଥାଏ । ଅନଲାଇନ୍‌ରେ ୧.୫ ଟନ୍ ପୋର୍ଟେବଲ ଏସିର ମୂଲ୍ୟ (୪୩,୯୯୦), ୧ ଟନ୍‌ର ମୂଲ୍ୟ(୩୩,୦୯୦) ରହିଛି । ଏହାକୁ ଅଫଲାଇନରେ ବି କିଣିପାରିବେ । ଏହାକୁ ଚଲାଇବା ମଧ୍ୟ ବହୁତ ସହଜ । ଏହାର ଉପର ଭାଗରେ କିଛି କଣ୍ଟ୍ରୋଲ୍ସ ଦିଆଯାଇଛି । ଏଥିରେ ଫିଲଟର ପ୍ରଭୃତିକୁ କ୍ଲିନ୍ କରିବା ବହୁତ ସହଜ ।

Get real time updates directly on you device, subscribe now.