fbpx

(Video) ଅଦ୍ଭୁତ ସଂଯୋଗ! ଏଠାରେ ରହସ୍ୟ ଭାବରେ ଏକାଠି ହୋଇଛନ୍ତି ସମୁଦ୍ର ଓ ମରୁଭୂମି

ଆମ ଚାରି ପାଖରେ ଏମିତି ଅନେକ ଜିନିଷ ରହିଛି, ଯାହାକୁ ଆମେ କେବେ ଜାଣିବାକୁ ଚେଷ୍ଟା କରିନଥାଉ । ସେହିପରି ପୃଥିବୀରେ ହଜାର ହଜାର କଥା ଲୁଚି ରହିଛି, ଯାହା ବିଷୟରେ ଜାଣିଲେ ସାରା ମଣିଷ ଜାତି ଅବାକ୍ ହୋଇଯିବ । କୁହାଯାଏ ଯେ ଶହ ଶହ କିଲୋମିଟର ଦୂରତା ଅତିକ୍ରମ କରି ନଦୀ ସମୁଦ୍ରରେ ମିଶିଥାଏ । ହେଲେ କେବେ ଆପଣ ଶୁଣିନଥିବେ କି କୌଣସି ମରୁଭୂମି ସମୁଦ୍ରରେ ମିଶିଛି? ହୁଏତ ଆପଣ ଏ କଥା ଜାଣିନଥିବେ । ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ମରୁଭୂମି ସହ ସମୁଦ୍ରର ମିଳିନ ହୋଇଛି । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ଗୁଡ଼ିକ ବିଷୟରେ…

  • ଅଷ୍ଟ୍ରେଲିଆରେ ରହିଛି ଏହି ଆକର୍ଷଣୀୟ ରହସ୍ୟମୟୀ ସ୍ଥାନ । ଅଷ୍ଟ୍ରେଲିଆର ପର୍ଥ ସହର ଏହାର ସୁନ୍ଦର ବେଳାଭୂମି ପାଇଁ ପ୍ରସିଦ୍ଧ । ଏହି ସମଗ୍ର ଅଞ୍ଚଳ ମରୁଭୂମିରୁ ଯାଇ ସମୁଦ୍ର ସହିତ ମିଶିଛି । ସମୁଦ୍ର ଏବଂ ମରୁଭୂମିଙ୍କ ମିଳନର ଦୃଶ୍ୟ ଦେଖିବା ପାଇଁ ଏଠାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଏଠାକାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ମହାସାଗରରେ ଜଳ ନିକଟରେ ଅଗ୍ନି ପଥରର ଛାଇ ।
  • ସେହିପରି ଆଫ୍ରିକା ମହାଦେଶର ଏପରି କିଛି ସ୍ଥାନ ରହିଛି ଯାହାର ପଶ୍ଚିମ ଦିଗରେ ସାହାରା ମରୁଭୂମି ଏବଂ ପୂର୍ବ ଦିଗରେ ଆଟଲାଣ୍ଟିକ୍ ମହାସାଗର ଏବଂ ଲୋହିତ ସାଗର ଅବସ୍ଥିତ । ଲାଲ ଏବଂ ହଳଦିଆ ରଙ୍ଗରେ ରଙ୍ଗାୟିତ ହୋଇଥିବା ସମତଳ ଭୂମି ସହିତ ଏଠାକାର ଘର ଏଠାରେ ବହୁତ ସୁନ୍ଦର ଦେଖାଯାଇଥାଏ । ଏହା ବ୍ୟତୀତ ଆଟଲାଣ୍ଟିକ୍ ମହାସାଗର ଏବଂ ଆଟଲାସ୍ ପର୍ବତ ମଧ୍ୟରେ ଶହ ଶହ ପୁରୁଣା ପଥର ସ୍ମାରକୀ ମଧ୍ୟ ରହିଛି । ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳୀ ଭାବରେ ବିଶ୍ୱରେ ଜଣାଶୁଣା ।
  • ଉତ୍ତର ଚିଲିର ଏଣ୍ଟୋଫାଗାଷ୍ଟା ଅଞ୍ଚଳରେ ସମୁଦ୍ର ଏବଂ ମରୁଭୂମି ଏକାଠି ଦେଖିବାକୁ ମିଳେ । ଲସ୍ ଫ୍ଲାମେଙ୍କୋସ୍ ନ୍ୟାସନାଲ ରିଜର୍ଭ ଠାରେ ରହିଥିବା ‘ଚନ୍ଦ୍ରର ଉପତ୍ୟକା’ ଏଠାକାର ମୁଖ୍ୟ ଆକର୍ଷଣ । ଏଠାକାର ରାତି କୌଣସି ଯାଦୁ ଠାରୁ କମ ନୁହେଁ ।
  • ତେବେ ମରୁଭୂମି ନାମ ଶୁଣିଲେ ପ୍ରଥମେ ଆମ ଆଖି ଆଗରେ ନାଚି ଉଠେ ଗରମ ବାଲି, ମୁଣ୍ଡଫଟା ଖରା, ଉଡ଼ୁଥିବା ଧୂଳି । କିନ୍ତୁ ଆଣ୍ଟାର୍କଟିକା ମହାଦେଶରେ ଅବସ୍ଥିତ ମେରୁ ମରୁଭୂମି ଏସବୁଠାରୁ ବହୁତ ଭିନ୍ନ । ଏହି ମରୁଭୂମି ହେଉଛି ଅତ୍ୟଧିକ ଥଣ୍ଡା । ଯେଉଁଠାରେ ତୁଷାରପାତ ହୋଇଥାଏ । ଆଣ୍ଟାର୍କଟିକାଠାରେ ଅବସ୍ଥିତ ମରୁଭୂମି ସମଗ୍ର ମହାଦେଶରେ ବ୍ୟାପିଛି । ଯଦି ଆପଣ ଏହି ସ୍ଥାନକୁ ଯାଆନ୍ତି, ତାହେଲେ ଆପଣ ସେଠାରୁ ଫେରିବାକୁ ଚାହିଁବେ ନାହିଁ ।

Get real time updates directly on you device, subscribe now.