fbpx

ମୋଟରସାଇକେଲ କିଣିବା ହେବ ମହଙ୍ଗା, ଏହି କମ୍ପାନୀ ବଢ଼ାଇଲା ଦାମ୍

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଦର ବଢ଼ିବା ପରେ ଏବେ ପୁଣି ଗ୍ରାହକଙ୍କୁ ପଡ଼ିବାକୁ ଯାଉଛି ମହଙ୍ଗା ମାଡ଼ । କାରଣ ଦେଶର ପ୍ରମୁଖ ଟୁ-ହ୍ୱିଲର ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ସହ ଅନେକ କାର ଏବଂ ମୋଟରସାଇକେଲ ନିର୍ମାତା କମ୍ପାନୀ ଗାଡ଼ିର ଦାମରେ ବୃଦ୍ଧି କରିବାକୁ ଯାଉଛନ୍ତି ।
ଦେଶର ସବୁଠୁ ବଡ଼ ଟୁ-ହ୍ୱିଲର କମ୍ପାନୀ ହିରୋ ମୋଟୋକର୍ପ ଏହାର ମୋଟରସାଇକେଲ ଏବଂ ସ୍କୁଟରର ଦାମ ୫ ଏପ୍ରିଲ ଠାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ଯାଉଛି । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ କଞ୍ଚାମାଲ ଦାମ ବଢ଼ିବା କାରଣରୁ ଏହାର ପ୍ରଭାବକୁ ଦୂରେଇବା ପାଇଁ ଟୁ-ହ୍ୱିଲର ଦାମ୍ ବଢ଼ାଇବା ଜରୁରୀ । କମ୍ପାନୀ ଏହାର ସମସ୍ତ ଉତ୍ପାଦନ ଏବଂ ସୋରୁମ ଦାମରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ ଏହାର ଗାଡ଼ିର ଦାମରେ ବୃଦ୍ଧି ମଡେଲ ଏବଂ ମାର୍କେଟ ହିସାବରେ କରିଛି ।

ଟୁ ହ୍ୱିଲର ଛଡ଼ା ଅନେକ କାର କମ୍ପାନୀ ମଧ୍ୟ ଗାଡ଼ିର ଦାମ ବଢ଼ାଇଛନ୍ତି । ଟୋୟୋଟା, ଟାଟା ମୋଟର୍ସ, ଅଡି, ବିଏମଡବ୍ଲୁ ଏବଂ ମର୍ସିଡିଜ୍-ବେଞ୍ଜ ଭଳି କମ୍ପାନୀମାନେ ମଧ୍ୟ କଞ୍ଚାମାଲର ଦର ବୃଦ୍ଧି ଯୋଗୁଁ ଏମାନଙ୍କର ଉତ୍ପାଦିତ କାରର ଦରବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସବୁ କାର କମ୍ପାନୀ ଗୁଡ଼ିକ ଏପ୍ରିଲ ୧ ଠାରୁ ଏହାର ଦରବୃଦ୍ଧି କରିବାକୁ ଯାଉଛନ୍ତି । ଟୋୟୋଟା କାରଗୁଡ଼ିକର ଦାମ୍ ୪ % ବୃଦ୍ଧି କରିଥିବାବେଳେ, ବିଏମଡବ୍ଲୁ ୩.୫ %, ମର୍ସିଡିଜ ବେଞ୍ଜ୍ ୩%, ଅଡି ୩ %, ଟାଟା ମୋଟର୍ସ ୨-୨.୫% ପର୍ଯ୍ୟନ୍ତ ଦାମ୍ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.