fbpx
BJD SKY
BJD SKY

ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବ ସେନାର ଏହି ନୂଆ ଡ୍ରୋନ, ୪ ଦିଗରୁ କରିବ ବମ୍ ବର୍ଷା

BJD

ଶ୍ରୀନଗର: ଅନନ୍ତନାଗର କୋକେରନାଗ ଜଙ୍ଗଲରେ ଷଷ୍ଠ ଦିନ ବି ଏନକାଉଣ୍ଟର ଜାରି ରହିଛି । ଏଠାରେ ଏବେ ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି । ଆତଙ୍କବାଦୀଙ୍କ ତଲାସରେ ସେନାର ବିଶେଷ ହେଲିକପ୍ଟର ନିୟୋଜିତ କରାଯାଇଛି । ଏହା ବ୍ୟତିତ ଲାଟେଷ୍ଟ ହେରୋନ୍ ମାର୍କ ୨ ଡ୍ରୋନ ମଧ୍ୟ ଆତଙ୍କବାଦୀମାନଙ୍କୁ ଖତମ କରିବା ଲାଗି ନିୟୋଜିତ କରାଯାଇଛି । ଏବେ ଜଙ୍ଗଲରେ ରହି ରହି ଫାୟାରିଂ ଚାଲିଛି ।

ଅନ୍ୟପକ୍ଷରେ ସେନାର ଡ୍ରୋନ୍ ଆକାଶ ମାର୍ଗରୁ ବମ୍ ବର୍ଷା କରୁଛି । ଅନୁମାନ କରାଯାଉଛି ଏହି ଜଙ୍ଗଲର ଗୁମ୍ପାରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି ।
କୌଣସି ବି ପରିସ୍ଥିତିରେ ସେନା ଏହି ଆତଙ୍କବାଦୀମାନଙ୍କୁ ନିପାତ କରିବେ । ଏଥିପାଇଁ ଆକାଶ ଠାରୁ ଆରମ୍ଭ କରି ସ୍ଥଳଭାଗ ପର୍ଯ୍ୟନ୍ତ ଜୋରଦାର ଅଭିଯାନ ଜାରି ରହିଛି । କୋକରନାଗର ଏହି ଜଙ୍ଗଲୀ ଇଲାକା ବହୁତ ଉପରେ ରହିଛି । ଏଠାରେ ଚାରିପଟେ ପାହାଡ, ଗୁମ୍ପା ଓ ଘଞ୍ଚ ଜଙ୍ଗଲ ଘେରି ରହିଛି । ଏହାର ଫାଇଦା ଉଠାଇ ଆତଙ୍କବାଦୀମାନେ ଏ ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ।

ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନ ସ୍ୱରୂପ ସେନା ପକ୍ଷରୁ ହେରନ ମାର୍କ ୨ ନିୟୋଜିତ କରାଯାଇଛି । ଏହି ଡ୍ରୋନରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଏହି ଡ୍ରୋନ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଆକ୍ରମଣ ମଧ୍ୟ କରୁଛି । ଏହା ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାରେ ସକ୍ଷମ । ସବୁଠାରୁ ବଡ କଥା ଝଡ ବର୍ଷା ସମୟରେ ବି ଏହା କାମ କରିଥାଏ । ଏହାକୁ ୧୫ କିଲୋମିଟର ଦୂରରେ ବସି ବି ଅପରେଟ୍ କରାଯାଇପାରେ ।

Get real time updates directly on you device, subscribe now.