fbpx

ଖୁବଶୀଘ୍ର ହାଇଟେକ୍ ଜମାକାରୀ ଫେରିପାଇବେ ସେମାନଙ୍କର ପ୍ରାପ୍ୟ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଖୁବଶୀଘ୍ର ହାଇଟେକ ଜମାକାରୀଙ୍କୁ ମିଳିବ ସେମାନଙ୍କର ଟଙ୍କା । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଜମାକାରୀମାନେ ଟଙ୍କା ଫେରସ୍ତ ପାଇବା ପାଇଁ ଅନଲାଇନରେ ଆବଦେନ କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ଜମାକାରୀମାନେ ସେମାନଙ୍କର ପ୍ରାପ୍ୟ ଫେରି ପାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କେବଳ ସରକାରୀ ଘୋଷଣା ବାକି ରହିଛି । ହାଇଟେକ୍ ଗ୍ରୁପର ଜମାକାରୀମାନେ ସମୁଦାୟ ୮୦ କୋଟି ଟଙ୍କା ପାଇବେ । ଏନେଇ ଅର୍ଥ ବିଭାଗ ଓ ଚିଟଫଣ୍ଡ ସ୍ୱତନ୍ତ୍ର ଅଧିକାରୀ ମିଳିତ ଭାବେ ଏକ ବୈଠକରେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ହାଇଟେକ ଗ୍ରୁପର ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ସେ ୬୩ କୋଟି ଟଙ୍କା ଜମା କରିବେ ବୋଲି ସର୍ତ୍ତ ରଖାଯାଇଥିଲା । ତେବେ ଅନଲାଇନରେ ଆବେଦନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ରଖାଯିବ ବୋଲି କୁହାଯାଇଛି । ଆବଶ୍ୟକ ସ୍ଥଳେ ଜମାକାରୀଙ୍କ ଅର୍ଥ ଇନକମ ଟ୍ୟାକ୍ସ ବିଭାଗ ଦ୍ୱାରା ଯାଞ୍ଚ କରାଯିବ । ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.