fbpx
BSKY
BJD MC SKY
BJD YOUTH SKY

ବ୍ରେଷ୍ଟ କ୍ୟାନ୍ସରରୁ ମୁକ୍ତି ଦେବ ଏହି ଫୁଲ; ଜାଣନ୍ତୁ ଏହାକୁ ସେବନ କରିବାର ଉପାୟ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଏବଂ ଖରାପ ଖାଦ୍ୟଶୈଳୀ ଆମକୁ ଅନେକ ସମୟରେ ବିପଦରେ ପକାଥାଏ । ଫଳରେ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦିଏ । ତେବେ ଏହିସବୁ ରୋଗ ମଧ୍ୟରେ କ୍ୟାନ୍ସର ପରି ମାରାତ୍ମକ ରୋଗ ମଧ୍ୟ ସାମିଲ ଅଛି । ଯାହାକି ଅନେକ ପ୍ରକାରର ହୋଇଥିବା ବେଳେ ଏହାର ଚିକିତ୍ସା ମଧ୍ୟ କଷ୍ଟକର ହୋଇଥାଏ । ତେବେ ସମସ୍ତ କ୍ୟାନ୍ସର ମଧ୍ୟରୁ ଗୋଟିଏ କ୍ୟାନ୍ସର ହେଉଛି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ । ଯାହା ବର୍ତ୍ତମାନ ଭାରତରେ ଦ୍ରୁତ ଗତିରେ ବଢିବାର ଲାଗିଛି । ତେବେ ଏହି ବ୍ରେଷ୍ଟ କ୍ୟାନ୍ସରରୁ ମୁକ୍ତିପାଇବା ପାଇଁ ବିଭିନ୍ନ ଉପାୟ ମଧ୍ୟ ରହିଛି , ଯାହା ମାଧ୍ୟମରେ ନିଜଠାରୁ ଏହାକୁ ଦୂରେଇ ହେବ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ଫୁଲ ରହିଛି ଯାହା ଶରୀରେ ଥିବା ବିଭିନ୍ନ ରୋଗକୁ ଦୂର କରିବା ସହ ବ୍ରେଷ୍ଟ କ୍ୟାନ୍ସର ପରି ମାରାତ୍ମକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଫୁଲ ଏବଂ ଏହାକୁ ସେବନ କରିବା ଉପାୟ ବିଷୟରେ । ଯାହାକି ସ୍ତନ କର୍କଟ ପରି ରୋଗରୁ ମୁକ୍ତି ଦେଇଥାଏ ।

ସ୍ତନକର୍କଟ ରୋଗକୁ କମ୍ କରେ ଏହି ଫୁଲ: ପୃଥିବୀରେ ଏପରି ଅନେକ ଔଷଧୀୟ ବୃକ୍ଷ ଅଛି, ଯାହା ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ଏହି ଔଷଧୀୟ ବୃକ୍ଷ ମଧ୍ୟରୁ ମନ୍ଦାର ଫୁଲ ହେଉଛି ଅନ୍ୟତମ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥିବା ବେଳେ ଏହା ଶରୀରେ ଥିବା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଏପରିକି ବ୍ରେଷ୍ଟ କ୍ୟାନ୍ସର ପରି ସମସ୍ୟାରୁ ମୁକ୍ତି ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଏହି ମନ୍ଦାର ଫୁଲକୁ ସେବନ କରିବାର କିଛି ଉପାୟ ରହିଛି ।

ମନ୍ଦାରଫୁଲ ରସ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଜିନିଷ ସ୍ୱାସ୍ଥ୍ୟ ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ । ତେଣୁ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିବା ରୋଗୀ ମନ୍ଦାର ଫୁଲର ରସକୁ ସେବନ କରିବା ଉଚିତ୍ । ତେବେ ମନ୍ଦାର ଫୁଲରେ ଅନେକ ଜୈବିକ ପଦାର୍ଥ ରହିଥାଏ । ଯାହାକି କର୍କଟରେ ଥିବା ଏକାଧିକ ଦୁର୍ବଳତାକୁ ଲକ୍ଷ୍ୟ କରିପାରେ ଏବଂ ସେଥିରୁ କିଛି ମାତ୍ରାରେ ଆରାମ ଦେଇପାରେ ।

ମନ୍ଦାର ଫୁଲରେ ଆଣ୍ଟିକାନ୍ସର୍ ଗୁଣ: ମନ୍ଦାରଫୁଲ ରସରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ହାଇପୋଲିପିଡେମିକ୍ ଗୁଣ ରହିଥାଏ । ଏଥିସହିତ ଏହି ରସରେ ଆଣ୍ଟିକାର୍କିନୋଜେନିକ୍ ଗୁଣ ଥିବା ମଧ୍ୟ ଜଣାପଡିଛି । ତେବେ ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ମନ୍ଦାରଫୁଲ ରସ ସ୍ତନ କର୍କଟକୁ ସଂପୂର୍ଣ୍ଣ ଆରୋଗ୍ୟ କରିପାରିବ ନାହିଁ କିନ୍ତୁ ଯାହାର ପ୍ରଭାବ ଅନ୍ୟ କର୍କଟ ଚିକିତ୍ସା ସହିତ ମିଳିତ ଭାବରେ ବ୍ୟବହୃତ ହୋଇପାରେ ଏବଂ କର୍କଟର ପାର୍ଶ୍ୱ ପ୍ରତିକ୍ରିୟା ହ୍ରାସ କରିବାରେ ସାହାଯ୍ୟ କରିପାରେ ।

କର୍କଟ କୋଷ ବିରୁଦ୍ଧରେ ପ୍ରଭାବଶାଳୀ:ଗବେଷକମାନେ ସ୍ତନ କର୍କଟ ରୋଗର ଚିକିତ୍ସାରେ ମନ୍ଦାରଫୁଲ ରସର ପ୍ରଭାବକୁ ନେଇ ଅଧ୍ୟୟନ କରିଥିଲେ । ଯେଉଁଥିରେ ସେମାନେ ଜାଣିବାକୁ ପାଇଲେ ଯେ ସ୍ତନ କର୍କଟର ଟ୍ରିପଲ୍-ନେଗେଟିଭ୍ ଏବଂ ଇଷ୍ଟ୍ରୋଜେନ୍-ରିସେପ୍ଟର ପଜିଟିଭ୍ କୋଷଗୁଡ଼ିକ ବିରୁଦ୍ଧରେ ହାଇବିସ୍କସ୍ ଏକ୍ସଟ୍ରାକ୍ଟ ବହୁତ ପ୍ରଭାବଶାଳୀ ହୋଇଥାଏ ।

କିପରି ବ୍ୟବହାର କରିବେ ମନ୍ଦାରଫୁଲ ରସ:ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମନ୍ଦାରଫୁଲରରସ ସ୍ତନ କର୍କଟ ଉପରେ ବହୁତ ପ୍ରଭାବଶାଳୀ ହୋଇଥାଏ । ତେଣୁଏହାକୁ ବ୍ୟବହାର କରିବା ପାଇଁ ବ ବୈଜ୍ଞାନିକମାନେ ମନ୍ଦାରଫୁଲକୁ ଗ୍ରାଇଣ୍ଡ୍ କରି ଏକ ଭଲ ପାଉଡର ତିଆରି କରିଥିଲେ । ଏହା ପରେ ଏହାକୁ ଫୁଟାଯାଇଥିଲା ଏବଂ ଥଣ୍ଡା ହେବା ପରେ ଏହାକୁ ଫିଲ୍ଟର୍ କରି ବ୍ୟବହାର କରାଯାଇଥିଲା । ତେବେ ମନେରଖନ୍ତୁ ଯେ ଆପଣ ଏହାକୁ ନିଜେ ବ୍ୟବହାର କରିବା ଉଚିତ୍ ନୁହେଁ । ଏଥିପାଇଁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

Get real time updates directly on you device, subscribe now.