ଆତଙ୍କବାଦୀ ଟାର୍ଗେଟରେ ରାଜଧାନୀ, ଅଗଷ୍ଟ ୧୫ ଅବସରରେ ହୋଇପାରେ ହମଲା, ଏବେଠୁ ହାଇଆଲର୍ଟ

ରାଜଧାନୀରେ ଏବେଠୁ ହାଇଆଲର୍ଟ।

ନୂଆଦିଲ୍ଲୀ: ଆଗକୁ ଆସୁଛି ସ୍ୱାଧୀନତା ଦିବସ।  ଆଉ ମାତ୍ର ଗୋଟେ ସପ୍ତାହର ଅପେକ୍ଷା। ତାପରେ ଅଗଷ୍ଟ ୧୫ ତାରିଖ ଦିନ ପୁରା ଦେଶରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ଏହି ଦିନରେ ଟାର୍ଗେଟ୍ କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ।

ସେଥିପାଇଁ ତ ଏବେଠାରୁ ରାଜଧାନୀକୁ ହାଇଆଲର୍ଟରେ ରଖାଗଲାଣି।  ଅଗଷ୍ଟ ୧୫କୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି।

ରାଜଧାନୀରେ ହାଇଆଲର୍ଟ: ହଁ ଆଜ୍ଞା ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି। ତେଣୁ ଦିଲ୍ଲୀକୁ ହାଇଆଲର୍ଟରେ ରଖାଯାଇଛି।

ସୂଚନା ଅନୁଯାୟୀ, ଖଲିସ୍ତାନ ଆତଙ୍କବାଦୀ ସଂଗଠନ ଏବଂ ଖାଲିସ୍ତାନ ସମର୍ଥକ ଆତଙ୍କୀମାନେ ଅଗଷ୍ଟ ୧୫ରେ ପରିବେଶକୁ ନଷ୍ଟ କରିପାରନ୍ତି। Ak47, RDX ଏବଂ ହ୍ୟାଣ୍ଡ ଗ୍ରେନେଡ ସହିତ ଦିଲ୍ଲୀକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି। ୧୫ ଅଗଷ୍ଟକୁ ଦୃଷ୍ଟିରେ ରଖି ଶିଖ ଫର ଜଷ୍ଟିସର ସ୍ପିଲର୍ ସେଲ୍ ମଧ୍ୟ ଦିଲ୍ଲୀର ପରିବେଶକୁ ନଷ୍ଟ କରିପାରେ।

ହୋଇପାରେ ହମଲା: ସୂଚନା ଅନୁଯାୟୀ, ଗୁରୁପତୱନ୍ତ ସିଂହ ପନ୍ନୁଙ୍କ ନିର୍ଦ୍ଦେଶରେ ଶିଖ୍ ଫର ଜଷ୍ଟିସର ସ୍ଲିପର ସେଲ୍ସ ୧୫ ଅଗଷ୍ଟ ଅବସରରେ ଲାଲକିଲ୍ଲା ଏବଂ ସମ୍ବେଦନଶୀଳ ଅଞ୍ଚଳରେ ହମଲା କରିପାରନ୍ତି। ଏହି ଲୋକମାନେ ସମ୍ବେଦନଶୀଳ ଅଞ୍ଚଳରେ ଖାଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖି ପରିବେଶକୁ ପ୍ରଭାବିତ କରିପାରନ୍ତି।

ଶିଖ ଫର ଜଷ୍ଟିସର କାର୍ଯ୍ୟକଳାପ ଉପରେ କଡ଼ା ନଜର: ଏହି ସତର୍କତା ପରେ ଦିଲ୍ଲୀ ପୋଲିସର ସମସ୍ତ ଜିଲ୍ଲା, କ୍ରାଇମବ୍ରାଞ୍ଚ ସ୍ପେଶାଲ ସେଲ୍‌କୁ ଆଲର୍ଟରେ ରଖାଯାଇଛି।

ଶିଖ୍ ଫର ଜଷ୍ଟିସ୍‌ର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ପାଇଁ ସ୍ପେଶାଲ୍ ସେଲ୍‌କୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।

ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ତଲାସୀ ସମୟରେ ଦୁଇଟି ପୁରୁଣା କାର୍ଟ୍ରିଜ୍ ଉଦ୍ଧାର କରାଯାଇଥିଲା। ପୋଲିସ ସୂତ୍ର ଅନୁଯାୟୀ ଉଭୟ କାର୍ଟ୍ରିଜ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସେଗୁଡ଼ିକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।

ଏହା ବ୍ୟତୀତ ଏକ ସର୍କିଟ୍ ବୋର୍ଡ ମଧ୍ୟ ମିଳିଛି, ଯାହା ପୁରୁଣା ବୋଲି ମନେହେଉଛି। ସନ୍ଦେହ କରାଯାଉଛି ଯେ ଏହାକୁ କୌଣସି କାର୍ଯ୍ୟକ୍ରମରେ ଆଲୋକୀକରଣ ପାଇଁ ବ୍ୟବହାର କରାଯାଇଥାଇପାରେ। ଏହି ଉଦ୍ଧାର ପରେ ଏକ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଛି ଏବଂ ତଦନ୍ତ କରାଯାଉଛି।