fbpx

ହାଇ ବିପି ରୋଗୀମାନେ ଭୁଲରେ କରନ୍ତୁ ନାହିଁ ଏହି ୱାର୍କଆଉଟ୍: ନଚେତ୍ ଚାଲିଯାଇପାରେ ଜୀବନ

ହାଇ ବ୍ଲଡ ପ୍ରେସର ରୋଗୀମାନଙ୍କଠାରେ ଭୁଲ ଏକ୍ସରସାଇଜ୍ କରିବା ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ଦେଖାଦେଇପାରେ । ଯାହାଫଳରେ ଶରୀରରେ ବ୍ଲଡ ପ୍ରେସର ବଢ଼ିପାରେ । ତେବେ ହାଇ ବ୍ଲଡ ପ୍ରେସର ରୋଗୀ କେଉଁ କେଉଁ ୱାର୍କଆଉଟ୍ କରିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା…

– ଚାଲିବା ସ୍ୱାସ୍ଥ୍ୟ ପାଇଁ ଏକ ଫାଇଦାଦାୟକ ବ୍ୟାୟାମ । କିନ୍ତୁ ହାଇ ବ୍ଲଡ ପ୍ରେସରର ରୋଗୀମାନେ ଏହା କରିବା ଠାରୁ ଦୂରେଇ ରହିବା ଉଚିତ୍, ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ।

– ହାଇ ବ୍ଲଡ ପ୍ରେସରର ରୋଗୀମାନେ ଅଧିକ ଓଜନ ଉଠାଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇପାରେ ।

– ଡେଡଲିଫ୍ଟରେ ଆପଣ ଚଟାଣରୁ ଓଜନ ଉଠାଇ ନିଜର ଶକ୍ତିକୁ ଚ୍ୟାଲେଞ୍ଜ କର । କିନ୍ତୁ ଏହା କରିବା ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

– ଛାତି ଉପରେ ଥିବା ମାଂସପେଶୀ ପାଇଁ ବେଞ୍ଚ ପ୍ରେସ୍ ବ୍ୟାୟାମ କରାଯାଏ । କିନ୍ତୁ ହାଇ ବ୍ଲଡ ପ୍ରେସରର ରୋଗୀମାନେ ଏହି ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ୍ ।

– ଶକ୍ତି ବୃଦ୍ଧି ପାଇଁ ବାରବେଲ ସ୍କ୍ୱାଟ ବ୍ୟାୟାମ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ହାଇ ବ୍ଲଡ ପ୍ରେସରର ରୋଗୀମାନେ ଏହି ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ୍ ।

Get real time updates directly on you device, subscribe now.