fbpx
BSKY
BJD SHG SKY
BJD YOUTH SKY

ଛାଡ଼ପତ୍ର ପାଇଥିବା ଭଉଣୀକୁ ଏକା ଛାଡ଼ିପାରିବନି ଭାଇ, ଏପରି ନୁହେଁ ଆମ ସଂସ୍କାର: ହାଇକୋର୍ଟ

ନୂଆଦିଲ୍ଲୀ: ଭରଣ-ପୋଷଣ ମାମଲାରେ ଭାଇ ଭଉଣୀର ସମ୍ପର୍କକୁ ନେଇ ଭାରତୀୟ ସଂସ୍କୃତି ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଭାରତରେ କୌଣସି ଭାଇ ଛାଡ଼ପତ୍ର ପାଇଥିବା ନିଜ ଭଉଣୀକୁ ଏକା ଛାଡ଼ିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଯେତେବେଳେ ଭଉଣୀକୁ ଆର୍ôଥକ ସହାୟତାର ଆବଶ୍ୟକ ପଡ଼ୁଥିବ, ସେହି ସମୟରେ ଭାଇ ଚୁପ୍ ରହି ପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି ।

ଟଙ୍କା ଖର୍ଚ୍ଚ ନକରିବାକୁ ନେଇ ମହିଳାଙ୍କ ଆବେଦନକୁ ପ୍ରତ୍ୟାଖାନ କରିବା ସହ ହାଇକୋର୍ଟ କହିଛନ୍ତି ଯେ, ଭାରତରେ ଭାଇ-ଭଉଣୀଙ୍କ ସମ୍ପର୍କ ପରସ୍ପର ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁ ଆଶା କରାଯାଏ ଯେ ଆବଶ୍ୟକତା ସମୟରେ ପରସ୍ପରକୁ ଏକାକୀ ଛାଡ଼ିବେ ନାହିଁ । ଭାଇ-ଭଉଣୀ ସମ୍ପର୍କରେ ପରସ୍ପରର ଯତ୍ନ ନେବା ପାଇଁ ଗଭୀର ଭାବନା ରହିଛି । ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ଖଣ୍ଡପୀଠ ଦ୍ୱାରା ଏହି ଟିପ୍ପଣୀ ଦିଆଯାଇଛି ।

ରକ୍ଷଣାବେକ୍ଷଣ ପାଇଁ ୬ ହଜାର ଟଙ୍କା ଦେବାକୁ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସଂଶୋଧନ ଆବେଦନ ଉପରେ ବିଚାର କରିବା ପରେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । କୋର୍ଟଙ୍କ କହିବା ଅନୁସାରେ, ଜଣେ ଛାଡପତ୍ର ପାଇଥିବା ଭଉଣୀ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେ । ଏହା ସହ ସେ ନିଜ ଭାଇଙ୍କଠାରୁ କିଛି ଖାସ୍ ଅବସରରେ ଟଙ୍କା ଖର୍ଚ୍ଚ ପାଇଁ ଆଶା କରିପାରିବେ ।

ତେବେ ଜଣେ ମହିଳା କୋର୍ଟରେ ପିଟିସନ ଦାଖଲ କରି ଦାବି କରିଥିଲେ ଯେ, ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଖରେ ଛାଡ଼ପତ୍ର ପାଇଥିବା ତାଙ୍କ ଭଉଣୀ ଆଶ୍ରୟ ନେଇ ପାରିବେ ନାହିଁ । କିନ୍ତୁ କୋର୍ଟ ଉକ୍ତ ଦାବିକୁ ଭିତ୍ତିହୀନ କହିଛନ୍ତି । କୋର୍ଟ କହିଛନ୍ତି ଯେ, ପରିବାର ସଦସ୍ୟ ପରସ୍ପର ଭିତରେ ସ୍ନେହ, ଶ୍ରଦ୍ଧା କାରଣରୁ ଯୋଡ଼ି ହୋଇ ରୁହନ୍ତିି ଏବଂ ଖରାପ ସମୟରେ ପରସ୍ପର ପାଇଁ ଛିଡ଼ା ହୁଅନ୍ତି ।
କୋର୍ଟଙ୍କ କହିବା ଅନୁସାରେ, ସ୍ୱାମୀଙ୍କ ଉପରେ ତାଙ୍କ ୭୯ ବର୍ଷୀୟ ବାପା, ସ୍ୱାମୀ ଠାରୁ ଛାଡ଼ପତ୍ର ପାଇଥିବା ଜଣେ ଭଉଣୀ, ଦ୍ୱିତୀୟ ପତ୍ନୀ ଓ ଗୋଟିଏ ପୁଅ ନିର୍ଭରଶୀଳ ଅଛନ୍ତି । ଏମିତି ସ୍ଥିତିରେ ଆୟକୁ ୫ ଭାଗରେ ବିଭକ୍ତ କରିବାକୁ ହେବ । ସେପଟେ କୋର୍ଟ ଆବେଦନକାରୀଙ୍କୁ ମିଳୁଥିବା ଭରଣପୋଷଣ ରାଶି ୬,୦୦୦ ଟଙ୍କାକୁ ବଢ଼ାଇ ୭,୫୦୦ ଟଙ୍କା କରିଛନ୍ତି ।

ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ ଭଉଣୀଙ୍କୁ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ରାଶି ମିଳୁଛି । କିନ୍ତୁ ଭାଇ ଏମିତି ସମୟରେ ନିଜ ଭଉଣୀର ସମସ୍ୟାକୁ ଚୁପ୍ଚାପ୍ ବସି ଦେଖି ପାରିବ ନାହିଁ । ତାଙ୍କୁ ନିଜ ଖର୍ଚ୍ଚ ତାଲିକାରେ ଭଉଣୀର ସହାୟତା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିଥାଏ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି ।

 

Get real time updates directly on you device, subscribe now.