fbpx
BJD SKY
BJD SKY

ASO ରେଜଲ୍ଟ ବିଭ୍ରାଟ ଘଟିଲା ଅନ୍ତ : ସବୁ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

BJD

ଭୁବନେଶ୍ୱର: ଏଏସଓ(ASO) ମାମଲାରେ ଆସିଲା ହାଇକୋର୍ଟ ରାୟ । ୨୦୧୬ ପଲିସିରେ ଅନୁସାରେ ପ୍ରକାଶ ପାଇବ ଫଳ । ଏଏସଓ ରେଜେଲ୍ଟ ବିଭ୍ରାଟକୁ ନେଇ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟାଇ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ସୂଚନାମୁତାବକ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଧାରଣା ମଧ୍ୟ ଦେଇଥିଲେ ।

OPSC ଅଧିକାରୀଙ୍କ କହିବା ମୁତାବକ, ‘ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟଅଫ୍ ପ୍ରକାଶ ହେବ । କିନ୍ତୁ ଏବେ ୨୦୧୬ ପଲିସିରେ ଅନୁସାରେ ପ୍ରକାଶ ପାଇବ ଫଳ ପାଇବ ବୋଲି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

ତେବେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି । ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି । ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ । ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ OPSCର କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ ଏବଂ ଧାରଣ ଦେଇଥିଲେ । ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ତେବେ ଆଜି ଏହି ପ୍ରସଙ୍ଗ ର ଅନ୍ତ ଘଟିଛି। ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।ଏହା ସହ ସବୁ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Get real time updates directly on you device, subscribe now.