fbpx

‘ଘଟଣା ଘଟାଇଥିବା ମାନିଛି ଅଭିଯୁକ୍ତ ଗୋପାଳ ଦାସ’- କ୍ରାଇମବ୍ରାଞ୍ଚ ଏଡିଜି, ଏପଟେ ହଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଏଏସ୍‌ଆଇ ଗୋପାଳ ଦାସ ଏହି ହତ୍ୟା କରିଛି ବୋଲି ମାନିଥିବା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିଛି, ଆମେ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବୁ। ଏବଂ ରିମାଣ୍ଡରେ ନେଇ ଜେରା କଲେ ପୂରା ଘଟଣା ଜଣାପଡ଼ିବ ବୋଲି ଏଡିଜି କହିଛନ୍ତି।

ତେବେ ଘଟଣାର ତଦନ୍ତ ଆମେ ଭଲ ଭାବେ କରିବାକୁ ଚେଷ୍ଟା କରୁଛୁ। ଘଟଣା ବିଷୟରେ ଅଧିକ ତଦନ୍ତ ଅଧିକ ପ୍ରମାଣ ଯୋଗାଡ଼ କରିବାବକୁ ଚେଷ୍ଟା କରିବୁ। ସେହିପରି ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ଜେରା କରାଯିବ ବୋଲି ଏଡିଜି କହିଛନ୍ତି।

ଅନ୍ୟପଟେ ମାମଲାର ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଜିଲ୍ଲାଜଜଙ୍କ ତଦାରଖ ପାଇଁ ଅନୁରୋଧ କରିଛନ୍ତି। ତଦନ୍ତରେ ପୋଲିସ ଅଫିସର ଥିବାରୁ ସ୍ୱଚ୍ଛତା ଅବଲମ୍ବନ କରିବା ଜରୁରୀ ବୋଲି ସରକାର କହିଛନ୍ତି।

Get real time updates directly on you device, subscribe now.