fbpx
BSKY
BJD MC SKY
BJD YOUTH SKY

ପଦାରେ ପଡ଼ିଲା ପରକୀୟା ପ୍ରୀତି: ଭିଡ଼ିଗଲେ ଆତ୍ମଘୋଷିତ ସାମ୍ବାଦିକ- ମହିଳା

କଟକ: ବିଚ୍ ରାସ୍ତାରେ ଭିଡ଼ିଗଲେ ଜଣେ ଆତ୍ମଘୋଷିତ ସାମ୍ବାଦିକ ଏବଂ ଜଣେ ମହିଳା । ତାହାବି ପୁଣି ସିଡିଏମଙ୍କ ଅଫିସ ଆଗରେ ଆଉ ଗଣମାଧ୍ୟମଙ୍କ ସାମ୍ନାରେ ।  ତେବେ କ’ଣ ପାଇଁ ଏମିତି କଲେ କାହିଁକି ଏଭଳି ଏକ ଅଭାବନୀୟ ଘଟଣା ଘଟିଲା । ପଢ଼ନ୍ତୁ…

ମହିଳାଙ୍କ ଅଭିଯୋଗ ଅନୂଯାୟୀ, ଏହି ଆତ୍ମଘୋଷିତ ସାମ୍ବାଦିକ ଏବଂ ମହିଳାଙ୍କୁ ସାମ୍ବାଦିକ କରାଇ ଦେବାକୁ କହି ପ୍ରତାରଣା କରିଛନ୍ତି ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ମହିଳା ଥାନାକୁ ଅଭିଯୋଗ ପାଇଁ ଗଲାବେଳେ ସାମ୍ନାରେ ମିଳିଯିବାରୁ ଉଭୟ ମାରପିଟ୍ କରିଥିଲେ । ଏମିତିକି ଗଣମାଧ୍ୟମ ସାମ୍ନାରେ ଉଭୟ ପରସ୍ପରକୁ ବିଧା, ଗୋଇଠା, ଚାପୁଡ଼ା ମାରିଥିଲେ ।

ସେପଟେ ମହିଳା ଅଭିଯୋଗ କରିଛନ୍ତି ଯେ ସଂପୃକ୍ତ ଆତ୍ମଘୋଷିତ ସାମ୍ବାଦିକ କରାଇ ଦେବାକୁ କହି ଅନୈତିକ ସଂପର୍କ ରଖିଥଲେ । ଏପରିକି ଦୁଷ୍କର୍ମ ବେଳ ର ଫଟୋକୁ ଭାଇରଲ କରିବା ଅଭିଯୋଗ ମଧ୍ୟ ହୋଇଛି । ପିଡିତା କଟକର ଏକ ବେସରକାରୀ ହସ୍ପିଟାଲର ପୁର୍ବ ତନ କର୍ମଚାରୀ । ଦୁଇ ଜଣ ୱେବ୍ ଚାନେଲର ସାମ୍ବାଦିକଙ୍କ ସହ ମୋଟ ୪ ଜଣ ଙ୍କ ନାଁ ରେ ଏତଲା ଦେଇଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.