fbpx

ଅପଦସ୍ତ ହେଲା ପଞ୍ଜାବ ପୋଲିସ, ହରିୟାଣାରୁ ତେଜିନ୍ଦର ବାଗ୍ଗାଙ୍କୁ ନେଇ ଫେରିଲା ଦିଲ୍ଲୀ ପୋଲିସ

Advertisement

ନୁଆଦିଲ୍ଲୀ: ବିଜେପି ନେତା ତେଜିନ୍ଦର ପାଲ ସିଂ ବାଗ୍ଗାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବା ପରେ ବିଭିନ୍ନ ନାଟକୀୟ ଘଟଣା ଦେଖିବାକୁ ମମିଳିଛି । ଶୁକ୍ରବାର ପଞ୍ଜାବ ପୋଲିସ ବାଗ୍ଗାଙ୍କୁ ଗିରଫ କରି ସଡ଼କ ପଥରେ ମୋହାଲି ନେଇ ଯାଉଥିବା ବେଳେ ତାଙ୍କୁ ହରିୟାଣା ପୋଲସି ଅଟକାଇଥିଲା । ଏବଂ ପରେ ବାଗ୍ଗାଙ୍କୁ ଦିଲ୍ଲୀ ପୋଲିସକୁ ତାଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ପରେ ପଞ୍ଜାବ ପୋଲିସକୁ ଅପଦସ୍ତ ହେବାକୁ ପଡ଼ିଛି ।

ଖବର ଅନୁସାରେ ତେଜିନ୍ଦର ସିଂ ବାଗ୍ଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଆଜି ସକାଳ ୯ଟା ସମୟରେ ପଞ୍ଜାବ ପୋଲିସ ତାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବବନରୁ ଗିରଫ କରିଥିଲା । ଏହା ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ନକରି ପଞ୍ଜାବ ନେଇ ଯାଉଥିବାରୁ ଏହି ମାମଲାକୁ ନେଇ ତେଜିନ୍ଦର ପାଲ ସିଂ ବାଗ୍ଗାଙ୍କ ପିତା ତାଙ୍କ ପୁଅକୁ ଅପହରଣ କରି ନିଜକୁ ଆକ୍ରମଣ କରିଥିବା ଅଭିଯୋଗରେ ପଞ୍ଜାବ ପୋଲିସ ବିରୋଧରେ ମାମଲା ଦାୟର କରିଥିଲେ।

ଏହା ପରେ ଦିଲ୍ଲୀ ପୋଲିସ ହରିୟାଣା ପୋଲିସକୁ ଏହି ବିଷୟରେ ସୂଚନା ଦେଇ ବାଗ୍ଗାଙ୍କୁ ନେଇ ଯାଉଥିବା କାରକେଡକୁ ଅଟକାଇବାକୁ ହରିୟାଣା ପୋଲିସକୁ ଅନୁରୋଧ କରିଥିଲା । ତୁରନ୍ତ ହରିୟାଣା ପୋଲିସ କୁରୁକ୍ଷେତ୍ର ନିକଟରେ ପଞ୍ଜାବ ପୋଲିସକୁ ଅଟକାଇଥିଲା । ଏହା ପରେ ଦିଲ୍ଲୀ ପୋଲିସ କୁରୁକ୍ଷେତ୍ର ଅଭିମୁଖେ ବାହାରିଥିଲେ । ଦିଲ୍ଲୀ ପୋଲିସ ବାଗ୍ଗାଙ୍କୁ ପଞ୍ଜାବ ପୋଲିସ ଗିରଫଦାରୀରୁ ମୁକୁଳାଇ ତାଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଫେରିଛି ।

ତେବେ ଏହାପୂର୍ବରୁ ବହୁତ ନାଟକ ହୋଇଥିଲା । ଗୋଟିଏ ପଟେ ହରିୟାଣା ପୋଲିସ ପଞ୍ଜାବ ଦଳକୁ ଅଟକାଇଥିବାବେଳେ ପଞ୍ଜାବର ସାହିବଜାଦ ଅଜିତ ସିଂ ନଗରର ଏସଆରଏସ କୁରୁକ୍ଷେତ୍ରର ଏସଏସପିଙ୍କୁ ଚିଠି ଲେଖି ଏହି କାରକେଡକୁ ତୁରନ୍ତ ଆଗକୁ ବଢିବାକୁ ଅନୁମତି ଦେବାକୁ କହିଥିଲେ।

Get real time updates directly on you device, subscribe now.