fbpx

ଗାଡି ସିଜ୍ ଉପରେ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ

କଟକ, ୧୦ା୪(ଓଡ଼ିଶା ଭାସ୍କର) :ଲକ୍ ଡାଉନ ସମୟରେ ହୋଇଥିବା ଗାଡି ସିଜ୍ ଉପରେ ଆଜି ହାଇକୋର୍ଟ ଦେଇଥିବା ରାୟରେ ପରିବର୍ତ୍ତନ କରିଛନ୍ତି । ତେବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି ପରିବର୍ତନ କରି ହାଇକୋର୍ଟ ନୂଆ ରାୟ ଶୁଣାଇଛନ୍ତି । ନୂଆ ରାୟ ଅନୁସାରେ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବାଇକରେ ଯିବାକୁ ଅମୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ଥର ଅଣ୍ଡରଟେକିଂ ଦେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଗାଡି ନେଇପାରିବେ ବୋଲି ସୂଚନା ମିଳିଛି । ଗାଡି ଚଳାଚଳ ଉପରେ ନିଶେଧାଦେଶ ସଂପୂର୍ଣ୍ଣ ହଟାଯାଇନି ବୋଲି କୋର୍ଟ କହିଛନ୍ତି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଉପରେ ପୂର୍ବଭଳି ଲକ ଡାଉନ ନିର୍ଦ୍ଦେଶ ଲାଗୁ ରହିବ ବୋଲି ସୂଚନା ମିଳିଛି । ତେବେ କାଲି ଅଣ୍ଡରଟେକିଂ ଲେଖି ନେଇ ଜବତ ଗାଡି ଛାଡିବାକୁ ରାୟ ଦେଇଥିଲେ କୋର୍ଟ ।

Get real time updates directly on you device, subscribe now.