fbpx

ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆବଶ୍ୟକ ନଥିଲେ ଗିରଫ କରନି

କଟକ, ୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଲକଡାଉନ ସ୍ଥିତିକୁ ନେଇ ହାଇକୋର୍ଟ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ନିହାତି ଆବଶ୍ୟକ ନଥିଲେ ପୋଲିସ କାହାକୁ ଗିରଫ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ବର୍ଷରୁ କମ ସଜା ମାମଲାରେ ପୋଲିସ କାହାକୁ ଗିରଫ କରିବ ନାହିଁ । ଏହାସହ ସମସ୍ତ ମାମଲାରେ ଅନ୍ତରୀଣ ଅବଧି ଜୁନ ୧୮ଯାଏଁ ବଢ଼ାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିଥିବାରୁ ଲକଡାଉନ ବଳବତ୍ତର ରହିଛି । ଏହି ପରିସ୍ଥିତିରେ ଛୋଟ ଅପରାଧ ମାମଲାରେ କାହାକୁ ଗିରଫ କରାନଯାଉ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି ।

Get real time updates directly on you device, subscribe now.