fbpx

ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ

ଓଡ଼ିଶା ଭାସ୍କର: ‘ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଞ୍ଚ ସହ ସମାନ । ଇ- କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ’ ବୋଲି କହିଛନ୍ତି କେନ୍ଦ୍ର ଆଇନ୍ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।
ଓଡ଼ିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ର ଆଇନ୍ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ ହେବାରୁ ଭର୍ଚୁଆଲ ମାଧ୍ୟମରେ ସବୁ ସୁବିଧା ଉପଲବ୍ଧ ହେଉଛି । ଅପରପକ୍ଷେ କେନ୍ଦ୍ର ଆଇନ୍ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡ଼ି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀ ଦାବି କରିଆସୁଛନ୍ତି । ଏନେଇ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହୋଇଛି । ତେଣୁ କେନ୍ଦ୍ରକୁ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ପୂରା କରିବା ଦିଗରେ ଗୁରୁତ୍ୱାରୋପ କରିବା ଉଚିତ ।

Get real time updates directly on you device, subscribe now.