fbpx

କଟକରେ ସର୍ବାଧିକ ଭିକାରି

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ରାଜ୍ୟ ବିଧାନସଭାରେ ଆଜି ଭିକାରୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ଯେ, ରାଜ୍ୟରେ ଥିବା ୫୯୫୦ ଭିକାରିଙ୍କୁ ଚିହ୍ନଟ କରାଯାଇଛି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି । ଗଞ୍ଜାମରେ ୫୪୫ ଓ ପୁରୀରେ ୩୬୫ ଜଣ ଭିକାରି ଅଛନ୍ତି ।’

ଭିକାରିଙ୍କ ପୁନର୍ବାସ ଓ ଥଇଥାନ ପାଇଁ ‘ସହାୟ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏବର୍ଷ ପୁରୀ ଓ ଭୁବନେଶ୍ୱରରେ ଭିକାରିଙ୍କ ପୁନର୍ବାସ ଗୃହ ହେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

Get real time updates directly on you device, subscribe now.