fbpx

ପୁଣି ଲିକ୍ ହେଲା ପ୍ରଶ୍ନପତ୍ର !

ସମ୍ବଲପୁର,୧୫ ।୨(ଓଡିଶା ଭାସ୍କର): କଡା ସୁରକ୍ଷା ବ୍ୟବସ୍ଥା ପରେ ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଆଶଙ୍କା କରାଯାଉଛି । +୩ ବିଜ୍ଞାନର ଗଣିତ ସମ୍ମାନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଆଶଙ୍କା କରାଯାଉଛି । ମୋବାଇଲରେ ଘୂରି ବୁଲୁଛି ସନ୍ଦିଗ୍ଧ ପ୍ରଶ୍ନପତ୍ର । ପୂର୍ବରୁ ପଠାଯାଇଥିବା ପ୍ରଶ୍ନପତ୍ର ନ ଖୋଲିବାକୁ ନର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ । ଇ-ମେଲରେ ପରୀକ୍ଷାର ନୂଆ ପ୍ରଶ୍ନପତ୍ର ପଠାଯିବାର ବ୍ୟବସ୍ଥା କରାଯାଉଛି । ତେବେ ଏହା ପୂର୍ବରୁ କେମିଷ୍ଟ୍ରି ଓ ଜୁଲୋଜି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.