fbpx

୩ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୧୫ ।୨(ଓଡିଶା ଭାସ୍କର): ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିଦୀୟ ଦିନରେ ବାଚସ୍ପତିଙ୍କ ରୁଲିଂକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ବଢ଼ିବାରେ ଲାଗିଛି । ଆରମ୍ଭରୁ ସାଢେ ୧୧ଟା ଯାଏଁ ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପରେ ହଙ୍ଗାମା ଯୋଗୁଁ ୩ ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ।

ତେବେ ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସ ବିଧାୟକ ସଂନ୍ତୋଷ ସିଂହ ସାଲୁଜା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ବାଚସ୍ପତି କଥା ନଶୁଣିଲେ ବିଧାୟକ ବାଧ୍ୟହୋଇ ଗୃହର ମଧ୍ୟଭାଗକୁ ଯାଏ । ବାଚସ୍ପତି ତୁରନ୍ତ ତାଙ୍କର ରୁଲିଂ ପ୍ରତ୍ୟାହାର କରନ୍ତୁ ।’

Get real time updates directly on you device, subscribe now.