fbpx
BJD
BJD SKY
BJD SKY

କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା ହ୍ରାସ ପାଇଥିଲା । ହେଲେ ମୃତ୍ୟୁ ସର୍ବାଧିକ ହୋଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ୧ ଲକ୍ଷ ୨୭ହଜାର ୫୧୦ ମାମଲା ସାମନା ଆସିଛି । ଯାହାକୁ ଦେଖିଲେ ଟିକେ ଆଶ୍ୱସ୍ତି ମିଳୁଛି । ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି । ଗତମାସରେ ବିଶେଷ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଯେପରିକି ଅକ୍ସିଜେନ୍ ଅଭାବ, ଭେଣ୍ଟିଲେଟର୍, ଆଇସିୟୁ ଆଦିର ଅଭାବ କାରଣରୁ ଅନେକ କରୋନା ଆକ୍ରାନ୍ତଙ୍କର ଅକାଳରେ ପ୍ରାଣ ଚାଲିଗଲା ।

ସରକାରୀ ସ୍ତରରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ମେ ମାସରେ ବେଳେ ବେଳେ ସ୍ଥିତି ଏପରି ବିଗିଡିଯାଇଥିଲା ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ମୋଟ ଉପରେ ମେ ମାସରେ ୯୦.୩ ଲକ୍ଷ ନୁତନ ମାମଲା ଚିହ୍ନଟ ହୋଇଥିଲା । ହେଲେ ଏପ୍ରିଲ ମାସରେ ୬୯.୪ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ଯଦି ମୃତ୍ୟୁହାର କଥା କହିବା ତେବେ ମେ ମାସରେ ୧.୨ ଲକ୍ଷ ଲୋକଙ୍କର ମୃତ୍ୟୁୁ ହୋଇଥିଲା । ଯେତେବେଳେ କି ଏପ୍ରିଲ୍ ମାସରେ ୪୮ ହଜାର ୭୬୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଭାରତ ତୁଳନାରେ ଅନ୍ୟ ଦେଶମାନଙ୍କ ମେ ମାସରେ ସବୁଠାରୁ କମ୍ ମାମଲା ଚିହ୍ନଟ ହୋଇଛନ୍ତି । ହେଲେ ୧୫ ତାରିଖ ପରେ ମାମଲା ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା । ଏଥିସହ ସୁସ୍ଥହାର ମଧ୍ୟ ବଢ଼ିବାକୁ ଲାଗିଥିଲା । ବର୍ତ୍ତମାନ ଦେଶରେ ୧୮ ଲକ୍ଷ ୯୫ ହଜାର ୫୨୦ ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.