fbpx

ନକ୍ସଲ କମାଣ୍ଡରରୁ କଂଗ୍ରେସ ବିଧାୟିକା ପର୍ଯ୍ୟନ୍ତ ସାଥୀକ୍କାଙ୍କ ଯାତ୍ରା, ଜାଣନ୍ତୁ ଗରିବଙ୍କ ଦୁଃଖ ଦୂର କରିବାକୁ କିପରି ଥିଲା ତାଙ୍କ ସଂଘର୍ଷ

ତେଲେଙ୍ଗାନା: ନକ୍ସଲ କମାଣ୍ଡରରୁ କଂଗ୍ରେସ ନେତା ସାଜିଥିବା ଦନସାରୀ ଅନୁସୂୟା ତଥା ସାଥୀକ୍କା ଆଜି ସାରା ଦେଶର ନାଗରିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ସେ ମାଓ ବୋର୍ଡରରେ ଜଣେ ନକ୍ସଲ କମାଣ୍ଡର ହିସାବରେ ବନ୍ଧୁକ ଧରି ରାଜ୍ୟ ତଥା ପୂରା ପ୍ରଶାସନର ନିଦ ହଜାଇଦେଇଥିଲେ । ହେଲେ ଆଜି ତାଙ୍କ ସେବାରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି । ମାତ୍ର ୧୪ ବର୍ଷ ବୟସରେ ପରିବାରର ଦୁଃଖ ଦୁର୍ଦ୍ଦଶାକୁ ସହ୍ୟ କରି ନପାରି ସେ ସାଜିଥିଲେ ନକ୍ସଲ ହେଲେ ଆଜି ସେ ସ୍ଥାନୀୟ ଅଞ୍ଚଳର ବିଧାୟିକା ସାଜିଛନ୍ତି । ବିଧାୟିକା ହେବାପରେ ଲୋକଙ୍କର ସବୁ ଅସୁବିଧା କଥା ବୁଝୁଛନ୍ତି ।

ସାଥୀକ୍କା ତେଲେଙ୍ଗାନା ରାଜ୍ୟର ମୁଲୁଗୁ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟିକା । ପୂର୍ବରୁ ମଧ୍ୟ ୨୦୦୯ରେ ସେ ତେଲୁଗୁ ଦେଶମ୍ ପାର୍ଟି ବା ଟିଡିପିରୁ ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୮ରେ ସେ ଅଲ୍ ଇଣ୍ଡିଆ ମହିଳା କଂଗ୍ରେସର ଜେନେରାଲ୍ ସେକ୍ରେଟାରୀ ଭାବରେ ନିଯୁକ୍ତ ହୋଇଥିଲେ । ତେବେ ରାଜନୀତିରେ ପାଦ ଥାପିବା ପରେ ତାଙ୍କ କାମ କରିବାର ଜୋସ୍ କୁ ଦେଖି ଖୁବ୍ ବଡ ବଡ ନେତା ତାଙ୍କୁ ଜଣେ ସଫଳ ନେତ୍ରୀ ଭାବରେ ପରିଚୟ ସୃଷ୍ଟି କରିବାକୁ ଅବସର ଦେଇଥିଲେ । ଯାହା ଫଳରେ ସେ ଆଜି ଜଣେ ସଫଳ ନେତ୍ରୀ ହୋଇପାରିଛନ୍ତି ।

ଆଜିକା ସମୟରେ ନେତା ଠାରୁ ରାଜନେତା ମାନେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆତ୍ମପ୍ରଚାର କରୁଛନ୍ତି । ହେଲେ ସାଥୀକ୍କା ନିଜେ ଲୋକମାନଙ୍କୁ ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ସବୁ ପ୍ରକାରର ଆବଶ୍ୟକୀୟ ସାମଗ୍ରୀ ବାଣ୍ଟିବା ପାଇଁ ବଣ ଜଙ୍ଗଲ ଠାରୁ ଆରମ୍ଭ କରି ପାଣି କାଦୁଅ ରାସ୍ତାରେ ଚାଲି ଚାଲି ବୁଲୁଛନ୍ତି । ସମସ୍ତ ଆଦିବାସୀ ଅଞ୍ଚଳକୁ ଦେ ଚାଲି ଚାଲି ପରିଦର୍ଶନ କରନ୍ତି । ଆଜି କି କାଲି ନୁହେଁ ବରଂ ଦୀର୍ଘ ବର୍ଷରୁ ସେ ଏହି ନିରବଚ୍ଛିନ୍ନ ସେବା ଲୋକମାନଙ୍କୁ ଦେଇ ଆସୁଛନ୍ତି ।

ସେ ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ୧୯୮୮ ମସିହାରେ ନକ୍ସଲରେ ର୍ୟାଙ୍କରେ ଯୋଗ ଦେଇଥିଲେ । ପରିବାରର କଷଣ ଯୋଗୁଁ ସେ ନକ୍ସଲରେ ଯୋଗ ଦେଇ ଜଙ୍ଗଲ ଯିବାକୁ ନିଷ୍ପତି ନେଇଥିଲେ । ହେଲେ ନେତ୍ରୀ ହେବାପରେ ତାଙ୍କର ଏକମାତ୍ର ଲକ୍ଷ୍ୟ ଯେ, ସେ ସହିଥିବା ଦୁଃଖ କଷ୍ଟ ଯେପରି ଆଉ କେହି ସମ୍ମୁଖୀନ ନ ହୁଅନ୍ତୁ । ବର୍ତ୍ତମାନ କରୋନା ମହାମାରୀ ଭଳି ପରିସ୍ଥିତି ଜାରି ରହିଥିବାରୁ ସେ ଚାଲି ଚାଲି ଉପାନ୍ତ ଅଞ୍ଚଳ ମାନଙ୍କ ପହଞ୍ଚି ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏପରି ବି ନେତା ନେତ୍ରୀ ରହିଛନ୍ତି ଯେଉଁମାନେ ପଦବୀ ଲାଳସାରେ ନିର୍ବାଚନ ବେଳେ ଲୋକମାନଙ୍କ ପାଖରେ ଗୁହାରୀ କରନ୍ତି ଏବଂ ନିର୍ବାଚନ ସରିବା ପରେ କର୍ତ୍ତବ୍ୟକୁ ଭୁଲିଯାଆନ୍ତି । ହେଲେ ସାଥୀକ୍କା ବିଳାସମୟ ଜୀବନକୁ ତ୍ୟାଗ କରି ସର୍ବଦା ଲୋକକଲ୍ୟାଣକୁ ଗୁରୁତ୍ୱ ଦେଉଛନ୍ତି ।

Get real time updates directly on you device, subscribe now.