fbpx
BJD
BJD SKY
BJD SKY

କାଲି ସକାଳ ସୁଦ୍ଧା ୨୦ ଜିଲ୍ଲା ସାବଧାନ୍‌! ହୋଇପାରେ ଝଡବର୍ଷା ସହ ବଜ୍ରପାତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଅନ୍ୟ ୧୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହି ୧୬ଟି ଜିଲ୍ଲା ଯଥା- ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ, ସୁନ୍ଦରଗଡ, ବରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.