fbpx
BJD SKY
BJD SKY

ବାଜିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବିଗୁଲ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

BJD

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଏହା ପୁର୍ବରୁ ୧୨ ନଭେମ୍ବରରେ ରାଜ୍ୟରେ ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଭୋଟ ଗଣନା ହେବ। ଦିଲ୍ଲୀ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି।

ଆଜି ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଦୀପାବଳି ପରେ ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ କ୍ରମଶଃ ୬୮ଏବଂ ୧୮୨ ଆସନ ପାଇଁ ନିର୍ବାଚନ ହେବ ।

୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, ଦିବ୍ୟାଙ୍ଗ ତଥା କରୋନା ସଂକ୍ରମିତମାନେ ଘରେ ଥାଇ ଭୋଟ ଦେଇ ପାରିବେ। ସେହିପରି ଯେଉଁ ଲୋକମାନେ ଭୋଟ୍ ଦାନ କେନ୍ଦ୍ରକୁ ଆସିବାକୁ ଅସମର୍ଥ ସେପରି ଲୋକମାନଙ୍କୁ ମତାଧିକାର କରିବା ପାଇଁ ନିର୍ବାଚନ ଆୟୋଗ ସେମାନଙ୍କୁ ଘରୁ ଆଣି ପୁଣି ସେମାନଙ୍କୁ ଛାଡ଼ିବାର ବ୍ୟବସ୍ଥା ନିର୍ବାଚନ ଆୟୋଗ କରିବେ ବୋଲି ସୂଚନା ଦେଇଛନ୍ତି।

୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୬୮ ଆସନରୁ ୪୪ ଆସନରେ ବିଜୟ ଲାଭ କରିଥିଲା। ଏହାପରେ ବିଜେପି ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ।

 

Get real time updates directly on you device, subscribe now.