fbpx
BJD SKY
BJD SKY

ସରକାର ବଡ ନିଷ୍ପତି: ଛଟ ପୂଜା ପାଇଁ ୨୫ କୋଟି ଟଙ୍କା ସହ ପୂଜା ପାଇଁ ୧୧୦୦ ଟି ଘାଟ

BJD

ନୂଆଦିଲ୍ଲୀ:ଦିଲ୍ଲୀ ସରକାର ବଡ ନିଷ୍ପତି। ଛଟ ପୂଜା ପାଇଁ ଦେଲେ ୨୫ କୋଟି ଟଙ୍କା। ଅକ୍ଟୋବର ୩୦ ରୁ ୩୧ ରେ ଛଟ ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ହେବାକୁ ଯାଉଛି ଛଟ ପୂଜା । କୋଭିଡ ପାଇଁ ପ୍ରାୟ ଦୁଇ ବର୍ଷ ହେବ ଏହା ବନ୍ଦ ରହିଥିଲା । ତେବେ ଚଳିତ ଥର ପୂଜାକୁ ଅତି ଉକ୍ରଣ୍ଠା ସହ ପାଳନ କରିବା ପାଇଁ ଚାଲିଛି ପ୍ରୟାସ । ଏହି ପୂଜାରେ ଦିଲ୍ଲୀ ସରକାର ଖର୍ଚ୍ଚ କରିବେ ୨୫ କୋଟି ଟଙ୍କା।ଏଥି ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏହା ସହ ୧୧୦୦ ଟି ସ୍ଥାନରେ ଛଟ ପୂଜା ପାଇଁ ବିଶାଳ ପ୍ରସ୍ତୁତି ଏବଂ ଉତ୍ସବ ରେ ୨୫ କୋଟି ଟଙ୍କା ଆବଣ୍ଟନ କରାଯିବ। ତେବେ ଦୀର୍ଘ ଦିନ ପରେ ପୂଜା ହେବାକୁ ଯାଉଛି ଏବଂ ଅଧିକ ଜନଗହଳିକୁ ନଜରରେ ରଖି ପୋଲିସ ମୁତୟନ କରିବା ସହ ସୌଚାଳୟ, ଆମ୍ବୁଲାନ୍ସ, ପ୍ରାଥମିକ ଚିକ୍ରିସା ଏବଂ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କରାଇଛନ୍ତିି ସରକାର ।

ସୂଚନାମୁତାବକ, ପୂର୍ବରୁ ଶାସନ ଗାଦିରେ ଥିବା ସରକାର ଅଥବା ୨୦୧୪ ପୂର୍ବରୁ ଥିବା ସରକାର ପୂଜା ପାଇଁ ୨.୫ କୋଟି ଟଙ୍କା ଏବଂ ୬୯ ଟି ସ୍ଥାନରେ ପୂଜା ପାଇଁ ଶିକୃତି ମିଳୁଥିଲା। ହେଲେ ଆମ୍ ଆଦମି ପାର୍ଟି ସତାକୁ ଆସିବା ପରେ ଉତ୍ସବ ବଡ ଆକାର ନେବା ସହ ଚଳିତ ଥର ୧୧୦୦ ଶହ ସ୍ଥାନରେ ପୂଜା ହେବା ସହ ୨୫ କୋଟି ଟଙ୍କା ଦିଆଯାଇଛି ବୋଲି କେଜ୍ରିିୱାଲ କହିଛନ୍ତି । ଚଳିତ ଥର ଉତ୍ସବକୁ ଗ୍ରାଣ୍ଡ ୱେରେ ସେଲିବ୍ରେସନ କରାଯିବ।
ଏହା ସହ କେଜ୍ରିିୱାଲ ଆହୁରି ମଧ୍ୟ କହିଛନ୍ତି ଯେ , ଶ୍ରଦ୍ଧାଳୁମାନେ କେବଳ ନିଜ ପାଇଁ ବରଂ ସାରା ଦେଶ ବାସୀଙ୍କ କୋରନା ଭାଇରସରୁ ମୁକ୍ତି ପାଇଁ ଛଟ ମାୟାଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କୋରନା ଭାଇରସ ବ୍ୟାପିବା କମିଛି ସତ ହେଲେ ଏବେବି କରୋନା ଭାଇରସ ସମ୍ପୁର୍ଣ୍ଣ ଭାବେ ଶେଷ ହୋଇନାହିଁ । ତେଣୁୁ ସମସ୍ତେ ପ୍ରିକସନ ଯେମିତି କି ମାକ୍ସ ଏବଂ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ । ଜୋରିମାନା ଲାଗୁ କର।ଯାଉନି ସତ ହେଲେ ଦୟାକରି ନିୟମ ଅନୁସରଣ କରନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି ।

ଜାଣନ୍ତୁ ଛଟ ପୂଜା କଣ?
ଛଟ ପୂଜା ହେଉଛି ଏକ ପ୍ରାଚୀନ ହିନ୍ଦୁ ପର୍ବ । ଯାହାକି ଐତିହାସିକ ଭାବେ ବିଶେଷ ଭାବରେ ବିହାର, ଉତ୍ତରପ୍ରଦେଶ ଏବଂ ଝାଡଖଣ୍ଡର ଭାରାତୀୟ ରାଜ୍ୟ ରେ ଅନୁଷ୍ଠିତ ହୋଇଥାଏ । ଏହି ପୂଜାରେ ଭକ୍ତ ଉପବାସ ରହିବା ସହ ଗଙ୍ଗାରେ ପୂଜା କରି ପ୍ରସାଦ ଚଡାଇବା ସହ ଧାର୍ମିକ ରିତିନୀତିରେ ଗଙ୍ଗାରେ ବୁଡ ପକାଇଥାନ୍ତି ।

Get real time updates directly on you device, subscribe now.