fbpx

ହସ୍ପିଟାଲ ବେଡରୁ ପିତାଙ୍କୁ ମନେ ପକାଇଲେ ହିନା ଖାନ୍‌, ଇନଷ୍ଟାଗ୍ରାମରେ ଶେୟାର କଲେ ଫଟୋ

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଟିଭି ସିରିଏଲରୁ ଲୋକପ୍ରିୟତା ଅର୍ଜନ କରିଥିଲେ ହିନା ଖାନ୍ । ବର୍ତ୍ତମାନ ସେ ଷ୍ଟେଜ୍ ୩ ସ୍ତନ କର୍କଟରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲେ ମଧ୍ୟ ସୋସିଆଲ ମିଡିଆରେ ନିୟମିତ ଭାବେ ଫ୍ୟାନ୍ସଙ୍କ ସହ ସ୍ୱାସ୍ଥ୍ୟ ଅପଡେଟ୍ ଶେୟାର କରିଥାନ୍ତି । ଏହା ସହ ସେ ମୋଟିଭେସନାଲ ପୋଷ୍ଟ ମଧ୍ୟ ଶେୟାର କରିଥାନ୍ତି । ନିକଟରେ ହିନା ହସ୍ପିଟାଲ ବେଡରେ ବସିଥିବା ଏକ ନୂତନ ପୋଷ୍ଟ ଶେୟାର କରିଛନ୍ତି ।

ଟିଭି ଅଭିନେତ୍ରୀ ହିନା ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବାସ୍ ଆଉ ଗୋଟିଏ ଦିନ, ପ୍ରାର୍ଥନା କରନ୍ତୁ ।’ ଏହା ସହ ସେ ପିତାଙ୍କ ସହ ବିତାଇଥିବା ସୁନ୍ଦର ସ୍ମୃତିର ଫଟୋ ଫ୍ରେମ୍ ମଧ୍ୟ ଶେୟାର କରିଛନ୍ତି । କହିରଖୁଛୁ ୩ ବର୍ଷ ପୂର୍ବରୁ ହିନାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ମନେ ହୁଏ ଯେମିତି ସେ ଏହି ଦୁଃଖଦ ସମୟରେ ନିଜ ପିତାଙ୍କୁ ବେଶ ମନେପକାଉଛନ୍ତି । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.