fbpx
BSKY
BJD SHG SKY
BJD YOUTH SKY

ଚାପରେ ଆସିବା ପରେ ୧୦ ଭାରତୀୟ ଯବାନଙ୍କୁ ଛାଡିଲା ଚୀନ୍

ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଅଞ୍ଚଳରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । ପିଟିଆଇର ରିପୋର୍ଟ ଅନୁଯାୟୀ, ଚୀନ ସେନା ୨ ମେଜର ସମେତ ୧୦ ଭାରତୀୟ ଯବାନଙ୍କୁ ଅଟକ ରଖିଥିଲେ । ଉଭୟ ପକ୍ଷରୁ ବୁଝାମଣା ପରେ ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । କିନ୍ତୁ ଏହି ବାବଦରେ ସେନା ପକ୍ଷରୁ ଅଧିକାରୀଙ୍କ ବୟାନ ଜାରି କରାଯାଇନାହିଁ ।

ଏହା ପୂର୍ବରୁ ଭାରତୀୟ ସେନା ଗୁରୁବାର ଦିନ ଗଣମାଧ୍ୟମର ଖବରକୁ ଖାରଜ କରିଥିଲା, ଯେଉଁଥିରେ ଦାବି ହୋଇଥିଲା ଯେ ଲଦାଖ ସଂଘର୍ଷରେ ଅନେକ ଭାରତୀୟ ଯବାନ ନିଖୋଜ ହୋଇଥିଲେ । ସେନା ପକ୍ଷରୁ ଏକ ବୟାନରେ ସ୍ପଷ୍ଟ କୁହାଯାଇଥିଲା ଯେ, କୌଣସି ଭାରତୀୟ ସୈନିକ ନିଖୋଜ ହୋଇନାହାନ୍ତି ।

କିନ୍ତୁ ଖବର ଆସିଥିଲଶ କି, ଗାଲୱାନ ଉପତ୍ୟକାରେ ହିଂସାକାଣ୍ଡ ପରେ କିଛି ଭାରତୀୟ ଯବାନଙ୍କ ଅଟକ ରଖିଥିଲା ଚୀନ୍ ସେନା । ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । କିନ୍ତୁ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସୋମବାର ସଂଘର୍ଷ ପରେ କୌଣସି ଭାରତୀୟ ଯବାନ ନିଖୋଜ ହୋଇନାହାନ୍ତି ।  ତେବେ ୧୯୬୨ ମସିହାର ଭାରତ-ଚୀନ୍ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତୀୟ ଯବାନଙ୍କୁ ଅଟକ ରଖିଥିଲା ଚୀନ୍ ।

Get real time updates directly on you device, subscribe now.