fbpx

Hindenburgର ନୂଆ ଟ୍ୱିଟ, ‘Another Big One’…. : ଅଦାନୀ ଗ୍ରୁପ ପରେ ଏବେ ହେବାକୁ ଯାଉଛି ପୁଣି ଏକ ବଡ଼ ଖୁଲାସା!

ନୂଆଦିଲ୍ଲୀ: ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ନାମ ୨୦୨୩ ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ରହିଆସିଛି । ଗତ ଜାନୁଆରୀ ମାସ ୨୪ ତାରିଖରେ ଅଦାନୀ ଗ୍ରୁପକୁ ନେଇ ଏହି ଫାର୍ମ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା, ସେଥିରେ ଗୌତମ ଅଦାନୀଙ୍କର ବିଶାଳ ସାମ୍ରାଜ୍ୟ ଖୁବ୍ କମ୍ ସମୟ ମଧ୍ୟରେ ଭୁଶୁଡ଼ି ପଡ଼ିଥିଲା । ଏକଦା ବିଶ୍ୱର ଟପ-୨୦ ଧନୀ ଲିଷ୍ଟରେ ସ୍ଥାନ ପାଉଥିବା ଅଦାନୀଙ୍କର ଏବେ ୬୦ ପ୍ରତିଶତ ସମ୍ପତ୍ତି ଡୁବି ଯାଇଛି । ଗତ ଫେବୃଆରୀ ମାସ ଶେଷ ସୁଦ୍ଧା ଅଦାନୀ ବିଶ୍ୱ ଧନୀ ରାଙ୍କିଂରେ ୩୪ତମ ସ୍ଥାନକୁ ଖସିଆସିଥିଲେ ।

ତେବେ ହିଣ୍ଡେନବର୍ଗକୁ ନେଇ ପୁଣି ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଜାନୁଆରୀ ମାସ ୨୩ ତାରିଖ ଅର୍ଥାତ ଆଜି ହିଣ୍ଡେନବର୍ଗର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ୍ କରାଯାଇଛି । ସେଥିରେ ଲେଖାଯାଇଛି ‘ଖୁବଶୀଘ୍ର ଏକ ନୂଆ ଓ ବଡ଼ ରିପୋର୍ଟ…. ।’ ଆମେରିକାର ଏକାଧିକ ବ୍ୟାଙ୍କ ଦେବାଳିଆ ହେବାକୁ ନେଇ ସାରା ବିଶ୍ୱରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହି ସମୟରେ ହିଣ୍ଡେନବର୍ଗର ଟ୍ୱିଟକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଦାନୀଙ୍କ ପରେ ଏବେ ହିଣ୍ଡେନବର୍ଗ ଟାର୍ଗେଟରେ କିଏ ରହିଛି । କର୍ପୋରେଟ ଗ୍ରୁପପ ନା ଅରବପତି? ଏ ବାବଦରେ ଏହି ଫାର୍ମ ପକ୍ଷରୁ କିଛି ଖୁଲାସା କରାଯାଇନାହିଁ । ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ, ସିଗ୍ନେଚର ବ୍ୟାଙ୍କ ଓ ୟୁରୋପର ସର୍ବବୃହତ ବ୍ୟାଙ୍କ କ୍ରେଡିଟ ସୁଇସର ସଙ୍କଟଜନକ ସ୍ଥିତି ସାରା ବିଶ୍ୱକୁ ବିପଦ ଆଡ଼କୁ ଠେଲି ଦେଇଛି । ଗତ ୨୦୧୭ ମସିହା ପରଠାରୁ ସାରା ବିଶ୍ୱରେ ହିଣ୍ଡେନବର୍ଗ ୧୬ଟି କମ୍ପାନୀର ବେଆଇନ ଆର୍ଥିକ କାରବାରକୁ ନେଇ ରିପୋର୍ଟ ଜାରି କରିସାରିଛି ।

Get real time updates directly on you device, subscribe now.