fbpx

ଶୀର୍ଷ ୫୦ ଇଞ୍ଜିନିୟରିଙ୍ଗ ଇନଷ୍ଟିଚ୍ୟୁଟରେ ସାମିଲ ହେଲା ଆଇଆଇଟି ଦିଲ୍ଲୀ, ଟପ୍ ୧୦୦ରେ ମଧ୍ୟ DU-JNU

ନୂଆଦିଲ୍ଲୀ: ଭାରତୀୟ ପ୍ରଦ୍ୟେଗିକ ସଂସ୍ଥା-ଦିଲ୍ଲୀରେ ବୁଧବାର ଦିନ ୨୨ ମାର୍ଚ୍ଚରେ ଜାରି ରହିଥିବା QS World University Ranking ରେ ଇଞ୍ଜିନିୟରିଙ୍ଗ ପାଇଁ ଟପ ୫୦ ସଂସ୍ଥାର ଲିଷ୍ଟରେ ନିଜ ଯାଗା ଅକ୍ତିଆର କରିଛି । ଭାରତୀୟ ଉଚ୍ଚ ଶିକ୍ଷା ସଂସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ବିଷୟରେ ୪୪ଟି କୋର୍ସକୁ ବିଶ୍ୱ ସ୍ତରରେ ଟପ ୧୦୦ ରେ ସାମିଲ କରାଯାଇଛି । ଗତ ବର୍ଷ ୩୫ ଭାରତୀୟ କୋର୍ସ ଟପ୍ ୧୦୦ ରେ ନିଜ ଯାଗା ସୃଷ୍ଟି କରିଥିଲା ।

Quacquarelli Symonds Ranking ୫୪ ଏକାଡେମିକ୍ସ ଷ୍ଟ୍ରିମ ଏବଂ ୫ଟି ବ୍ୟାପକ ଫାକ୍ୱାଲଟି ଅଂଚଳରେ ଦୁନିଆ ସାରା ୧୫୯୪ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଦ୍ୱାରା ଚୟନ କରାଯାଇଥିବା ୧୫,୭୦୦ ରୁ ଅଧିକ କୋର୍ସର ପ୍ରଦର୍ଶନ ଉପରେ ସ୍ୱତନ୍ତ୍ର ତୁଳନାତ୍ମକ ବିଶ୍ଲେଷଣ ପ୍ରଦାନ କରାଯାଇଛି । ପ୍ରତ୍ୟେକ ବିଷୟ ଅନୁଯାୟୀ QS ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍କିଂର ୧୩ତମ ସଂସ୍କରଣରେ ୬୬ ଭାରତୀୟ ବିଶ୍ୱବିଦ୍ୟାଳୟକୁ ସ୍ଥାନ ଦିଆଯାଇଛି । IIT ବମ୍ବେରେ ଗଣିତରେ ୯୨ତମ ସ୍ଥାନ ହାସଲ କରି ଦୁନିଆର ଶୀର୍ଷ ୧୦୦ରେ ସ୍ଥାନ ତିଆରି କରିପାରିଛି । ଏହା ପୂର୍ବଥର ଭଳି ୨୫ତମ ସ୍ଥାନ ଉପରେ ରହିଛି । ଏହା ବ୍ୟତୀତ ଆଇଆଇଟି କାନପୁରରେ ଇଞ୍ଜିନିୟରିଂଗ- ଇଲେକ୍ଟ୍ରୋନିକରେ ୮୭ତମ ଏବଂ କମ୍ପ୍ୟୁଟର ସାଇନ୍ସରେ ଦୁନିଆର ଟପ୍ ଇନଷ୍ଟିଚ୍ୟୁଟରେ ୯୬ ସ୍ଥାନ ପାଇଛି ।

ଯେଉଁଠାରେ IIT ଖଡଗପୁର କମ୍ପ୍ୟୁଟର ସାଇନ୍ସ ଏବଂ ଆଇଟି ପାଇଁ ୯୪ତମ ସ୍ଥାନରେ ରହିଛି, ସେଠାରେ ଆଇଆଇଟି ମାଡ୍ରାସ ଗଣିତ ପାଇଁ ୯୮ତମ ସ୍ଥାନ ଉପରକୁ ଆସିଛି । ର୍ୟାଙ୍କିଂର ଏହି ସଂସ୍କରଣରେ ସବୁଠାରୁ ଅଧିକ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ବିଶ୍ୱବିଦ୍ୟାଳୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(୨୭ ଏଣ୍ଟ୍ରୀ), ଆଇଆଇଟି-ବମ୍ବେ (୨୫ ଏଣ୍ଟ୍ରୀ) ରହିଛି । QS Ranking ରିସର୍ଚ୍ଚ ପବ୍ଲିକେସନ, ଏକାଡେମିକ ରେପୁଟେସନ ଏବଂ ଏଚ୍-ଇଣ୍ଡେକ୍ସ ପରି ବିଭିନ୍ନ ମାନାଙ୍କ ଉପରେ ଏହା ଆଧାରିତ ଅଟେ ।

Get real time updates directly on you device, subscribe now.