fbpx

ବନ୍ଧାହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର, ୧୫ ।୧୦(ଓଡିଶା ଭାସ୍କର): ବ୍ରହ୍ମପୁରରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଛନ୍ତି କୋଟିପତି ହିନ୍ଦୀ ଶିକ୍ଷକ । ଝାଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗତକାଲି ୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା । ଏହା ସହ ଭୁବନାନନ୍ଦଙ୍କ ୧୦ଟି ଠିକଣାରେ କାଲି ଚଢାଉ କରିଥିଲା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନିଲ ପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.