fbpx

ଜଣେ ହିନ୍ଦୁ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା: ପଞ୍ଜାବ ଦଖଲ କରିବାକୁ ବିଜେପିର ନୂଆ ରଣନୀତି

ନୂଆଦିଲ୍ଲୀ: ଦୀର୍ଘଦିନରୁ ପଞ୍ଜାବରେ ଲାଗିଥିବା କ୍ୟାପ୍ଟେନ-କ୍ରିକେଟର ବିବାଦର ସମାଧାନ ହୋଇଯାଇଛି । ମାତ୍ର ଏବେ ଏକ ନୂଆ ଅପଡେଟକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ୨୦୨୨ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କମ୍ ସମୟ ରହିଛି । ତେଣୁ ପୂର୍ବରୁ କ୍ଷମତା ବାହାରେ ଥିବା ବିଜେପି ଗଡ଼ ଦଖଲ କରିବାକୁ ହାଇଲେଭଲ୍ ଟ୍ରିକ୍ ଆପ୍ଲାଏ କରୁଛି ।

ଜଣାପଡ଼ିଛି ଯେ, ଆଗାମୀ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦଳ ଜଣେ ହିନ୍ଦୁ ଚେହେରାଙ୍କୁ ଖୋଜୁଛି । ପଞ୍ଜାବ ନିର୍ବାଚନରେ ୪୦ ପ୍ରତିଶତ ହିନ୍ଦୁଙ୍କର ଭୋଟ ବ୍ୟାଙ୍କ ରହିଥିବା ବେଳେ ଶିଖଙ୍କର ଭୋଟ ପ୍ରତିଶତ ୫୮ ରହିଥିବା ଜଣାପଡ଼ିଛି । ମାତ୍ର ବିଗତ ୫୫ ବର୍ଷ ହେଲା ରାଜ୍ୟରେ କୌଣସି ହିନ୍ଦୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିନାହାନ୍ତି । ରାଜ୍ୟରେ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ସହ ବିଏସପି ଓ ଶିରୋମଣି ଅକାଳି ଦଳର ଗଠବନ୍ଧନକୁ ଭାଙ୍ଗିବା ଲକ୍ଷ୍ୟରେ ବିଜେପି ଜଣେ ହିନ୍ଦୁ ଚେହେରାଙ୍କ ଉପରେ ଫୋକସ୍ କରୁଛି । ରାଜ୍ୟରେ ପ୍ରତ୍ୟେକ ନିର୍ବାଚନରେ ଶିଖ ଚେହେରାଙ୍କୁ ଗୁରୁତ୍ୱ ଦିଆଯାଇଥାଏ । ହେତୁବାଦୀ ସଂଗଠନର ଦାବି ଓ ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ବିଜେପି ନେତାମାନେ ଏହା ଉପରେ ବିଚାରବିମର୍ଶ କରି ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.