fbpx

ଦୂତୀ ଅସଫଳ ପାଇଁ ଦାୟିତ୍ୱହୀନତା ଦାୟୀ: ଭଉଣୀ ସରସ୍ୱତୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ଦେଶକୁ ନିରାଶ କରିଛନ୍ତି । ଏଥିପାଇଁ ତାଙ୍କର ନିଷ୍ଠାର ଅଭାବ ଓ ଦାୟିତ୍ୱହୀନତା ଦାୟୀ । ଏଭଳି ଅଭିଯୋଗ କରିବା ସହ ଦୂତୀଙ୍କ ନୈରାଶଜନକ ପଦର୍ଶନ ଉପରେ ଆଙ୍ଗୁଠି ଉଠେଇଲେ ଭଉଣୀ ସରସ୍ୱତୀ ଚାନ୍ଦ ।

ଷ୍ଟପ୍ ୱାଚ୍ କୋଚ୍, ଦୂତୀଙ୍କ ଗଡଫାଦର ଓ ବନ୍ଧୁ ଗୋଷ୍ଠୀଙ୍କ ଠାରୁ ଉତ୍ତର ମାଗିଛନ୍ତି ଭଉଣୀ ସରସ୍ୱତୀ । ସେ କହିଛନ୍ତି ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ତେବେ ଏହା କଣ ଦୂତୀଙ୍କ ନିଜର ପବ୍ଲିସିଟି ଓ ମସ୍ତି ମାରିବା ପାଇଁ ନା ଖେଳରେ ଭଲ ପଦର୍ଶନ ପାଇଁ? ଓଡ଼ିଶା ଓ ଭାରତର ଗର୍ବକୁ ସାକାର କରିବା ପାଇଁ ଦୂତୀଙ୍କ ଷ୍ଟାମିନା ଯଥେଷ୍ଟ ଥିଲେ ବି ସେ ଅଲିମ୍ପିକରେ ଦୁଇଟି ଇଭେଣ୍ଟରେ ନୈରାଶଜନକ ପଦର୍ଶନ କଲେ । ଏଥିପାଇଁ ତାଙ୍କ ଷ୍ଟପ୍ ୱାଚ୍ କୋଚଙ୍କ ସହ ପ୍ରେମ ସମ୍ପର୍କ ଦାୟୀ ବୋଲି ବି ପ୍ରଶ୍ନ କରିଛନ୍ତି ସରସ୍ୱତୀ । ସେ ଆହୁରି କହିଛନ୍ତି ଯେ ଅଲିମ୍ପିକ ପାଇଁ ପ୍ରସ୍ତୁତି କରିବା ବଦଳରେ ଦୂତୀ ଏକାଠି ଭୁବନେଶ୍ୱରରେ ଗୋଟିଏ ରୁମ୍ରେ ଫିଷ୍ଟ କରିବା, କୋଲକାତା ଯିବା, ପଞ୍ଜାବ ବୁଲିବା ଭଳି କାର୍ଯ୍ୟରେ ଲିପ୍ତ ରହିଲେ । ଏହାର ଏକ ତଦନ୍ତ ହେଉ ବୋଲି ସେ ଦାବି କରିବା ସହ ଦୂତୀ ଏଥିପାଇଁ ଉତ୍ତରଦାୟୀ ବୋଲି କହିଛନ୍ତି ସରସ୍ୱତୀ ଚାନ୍ଦ ।

Get real time updates directly on you device, subscribe now.