fbpx

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୨ଟି ଗେଟ, ମୋଟ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ

Advertisement

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଆଉ ୨ଟି ଗେଟ ଖୋଲିବା ଖବର ସାମ୍ନାକୁ ଆସିଛି। ଏବେ ଏହାକୁ ମିଶାଇ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ଯୋଗୁଁ ଏପରି ପରିସ୍ଥିତି ଦେଖାଯାଇଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଜଳଭଣ୍ଡାରର ଜଳ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଉପର ମୁଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ ନଦୀରେ ପାଣିର ପରିମାଣ ଅଧିକ ହେବାରୁ ହୀରାକୁଦ ଡ୍ୟାମର ଗେଟ୍ ଗୋଟିଏ ପରେ ଗୋଟିଏ ଖୋଲିବାକୁ ଲାଗିଛି ।

Get real time updates directly on you device, subscribe now.