fbpx

ଗୁପଚୁପ୍ ର ଇତିହାସ : ଦ୍ୱାପର ଯୁଗରେ ଥିଲା ଗୁପଚପ୍ ର ଚାହିଦା, ଜାଣନ୍ତୁ ଦ୍ରୌପଦୀଙ୍କ ସହ ପାନି-ପୁରୀ ର ସମ୍ପର୍କ କ’ଣ?

ନୂଆଦିଲ୍ଲୀ/ ଭୁବନେଶ୍ୱର : ଗୋଲଗାପ୍ପା ବା ଗୁପଚୁପ୍ । ଯେତିକି ସ୍ୱାଦିଷ୍ଟ , ସେତିକିୁ ଆକର୍ଷଣୀୟ ମଧ୍ୟ । ଗୁପଚୁପ୍ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଚାଲିଆସିବ । ପୃଥିବୀ ପରି ଏହା ଗୋଲାକାର ଏବଂ ପୃଥିବୀ ୭୦ ପ୍ରତିଶତ ଜଳ ରଖିବାର ମଧ୍ୟ କ୍ଷମତା ରହିଛି । ପାଣି ବ୍ୟତୀତ ଚଟନି, ଆଳୁ, ପିଆଜ, ସେଓ ରହିପାରିବ । ଏହା ଗୋଲୁ-ମଲୁ ଆକୃତିର ହୋଇଥାଏ । ଖଟାପାଣି ସହ ଗୁପଚୁପ୍ ଯେତେବେଳେ ଆମ ପାଟିକୁ ଯାଏ, ତାହାର ସ୍ୱାଦ ବର୍ଣ୍ଣନା କରିବା ଅସମ୍ଭବ ହୋଇଯାଏ ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଗୁପଚୁପ ଖାଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଗୋଲଗାପ୍ପା ଶବ୍ଦର ଗୋଲ୍ ଏବଂ ଗାପ୍ପା ଦୁଇଟି ଶବ୍ଦକୁ ନେଇ ଗଠିତ । ଗୋଲାକାର ଆକାରରେ ଏବଂ ଗାପା ର ଅର୍ଥ ହେଉଛି ଗୋଟିଏ ଥରରେ ଯାହାକୁ ଖାଇହୁଏ । ଗୋଲଗାପ୍ପା ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ଜଣାଶୁଣା । ହରିୟାଣାରେ ଏହାକୁ ପାନି ପାତାସି କୁହାଯାଉଥିବାବେଳେ ମଧ୍ୟପ୍ରଦେଶରେ ଏହାକୁ ଫୁଲକି କୁହାଯାଏ। ଉତ୍ତରପ୍ରଦେଶ ପରି ଏକ ବଡ ରାଜ୍ୟର ବିଭିନ୍ନ ଭାଗରେ ଏହା ଗୋଲଗାପ୍ପା ଠାରୁ ପାନି କେ ବାଟାଶେ ଏବଂ ପାଦାକେ ଭାବରେ ମଧ୍ୟ ଜଣାଶୁଣା । ଆସାମରେ ଏହାକୁ ଫୁସ୍କା କିମ୍ବା ପୁସ୍କା କୁହାଯାଉଥିବାବେଳେ ଓଡିଶାରେ ଗୁପଚୁପ୍ ଭାବରେ ଜଣାଶୁଣା । ଏହାକୁ ବିହାର, ଝାଡଖଣ୍ଡ, ବଙ୍ଗଳା, ଛତିଶଗଡ ଏବଂ ନେପାଳର ପୁଚ୍କା କୁହାଯାଏ। ମହାରାଷ୍ଟ୍ରରେ ଗୋଲଗାପ୍ପା ବା ପାନି-ପୁରୀ ନାମରେ ଜଣାଶୁଣା ।

ତେବେ ଏଠାରେ ପ୍ରଶ୍ନ ଉଠେ ଗୁପଚୁପ୍ କୁ ନେଇ ଏତେ ଚର୍ଚ୍ଚା କାହିଁକି ?

କାଣର ନିକଟ ଅତୀତରେ ଦିଲ୍ଲୀରେ ଜଣେ ଉଚ୍ଚ ଶିକ୍ଷିତା ଛାତ୍ରୀ ଗୁପଚୁପ୍ ଷ୍ଟଲ ପକାଇଛନ୍ତି । ଏହାକୁ ସେ ହାଇଜେନିକ୍ ଗୁପଚୁପ୍ ବୋଲି ଦାବି କରିଥିଲେ । ସେ ହିଁ ପାନି-ପୁରୀ ସହ ଦ୍ୱାପର ଯୁଗର ଦ୍ରୌପଦୀଙ୍କ ସମ୍ପର୍କ ଥିବା ଦର୍ଶାଇଥିଲେ । ଯାହାକୁ ନେଇ ପାନି-ପୁରୀ ପୁର୍ଚ୍ଚାକୁ ଆସିଥିଲା ।
ଦ୍ରୌପଦୀଙ୍କ ସହ ଜଡିତ ଗୋଲଗପ୍ପା କାହାଣୀ

ବିଶ୍ୱାସ ଅନୁଯାୟୀ, ଦ୍ୱପର ଯୁଗରେ ଦ୍ରୌପଦୀ ଯେତେବେଳେ ବିବାହ କରି ପ୍ରଥମ ଥର ତାଙ୍କ ଶାଶୁ ଘରକୁ ଆସିଥିଲେ, ପାଣ୍ଡବଙ୍କ ମାତା କୁନ୍ତୀ ତାଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। କାରଣ ସେହି ସମୟରେ ପାଣ୍ଡବମାନେ ନିଜ ମା ସହିତ ଜଙ୍ଗଲରେ ରହୁଥିଲେ। ସେଥିପାଇଁ କୁନ୍ତୀ ଦ୍ରୌପଦୀଙ୍କ କିଛି ମଇଦା ବା ଅଟା ଏବଂ କିଛି ପନିପରିବା ଦେଇ ତାଙ୍କୁ କହିଥିଲେ, ଏମିତି କିଛି ତିଆରି କର ଯାହା ସମସ୍ତଙ୍କ ପେଟ ପୂରିବା ସହ ମନ ମଧ୍ୟ ମୋହିବ । କୁହାଯାଏ ଯେ ଏହିପରି ଭାବରେ ଦ୍ରୌପଦୀ ବିଶ୍ୱରେ ପ୍ରଥମ ଥର ପାଇଁ ଗୋଲଗାପ୍ପା ତିଆରି କରିଥିଲେ। ପରବର୍ତ୍ତୀ ଦିନରେ, ଗୋଲଗାପ୍ପା ର ଆକୃତି, ପ୍ରକାର, ଉପାଦାନରେ ଅନେକ ପରିବର୍ତ୍ତନ କରାଯାଇଥିଲା ।

ଦେଶର ବିଭିନ୍ନ ସ୍ଥାନରେ ଗୋଲଗାପ୍ପା ଭିନ୍ନ ଭିନ୍ନ ରୂପ ଦେଖିବ । ଏହାର ଉପାଦାନ , ପରଷିବା ଶୈଳୀ ଏବଂ ପାଣି ଭିନ୍ନ ଭିନ୍ନ ଥାଏ । କେତେକ ସ୍ଥାନରେ ଏହାକୁ ଚିକେନ୍‌, ଆଇସି-କ୍ରିମ୍ , ମଦ ଏବଂ ସ୍କ୍ରଚ୍ ଦେଇ ପରିବେଷଣ କରୁଛନ୍ତି । କିନ୍ତୁ ଖଟା ପାଣିର ସ୍ୱାଦ ଅନ୍ୟ କୌଣସିଥିରେ ନାହିଁ ।

Get real time updates directly on you device, subscribe now.