fbpx
BSKY SKY
BSKY SKY

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ଓଡିଶା ଇତିହାସ” ପୁସ୍ତକ ଉନ୍ମୋଚନ

BSKY

ନୂଆଦିଲ୍ଲୀ ୯ା୪ (ଓଡିଶା ଭାସ୍କର) :  ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ଓଡିଶା ଇତିହାସ” ପୁସ୍ତକ ଉନ୍ମୋଚନ । ଏହି ପୁସ୍ତକଟି ହିନ୍ଦୀରେ ଅନୁବାଦ କରାଯାଇଛି । ପୁସ୍ତକଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲେଖା ଯାଇଥିଲା । ଦୁଇ ବର୍ଷରୁ ଅଧିକ ସମୟ ଧରି ଅହମ୍ମଦନଗର ଦୁର୍ଗ ଜେଲରେ ଥିବାବେଳେ “ଓଡ଼ିଶା ଇତିହାସ” ପୁସ୍ତକ ସେ ରଚନା କରିଥିଲେ । ଏହାକୁ ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଡ଼କ୍ଟର ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । ଆମ୍ବେଦକର ଇଂଟନ୍ୟାସନାଲ ସେଂଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ “ଓଡ଼ିଶା ଇତିହାସ” ପୁସ୍ତକଟି ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.