fbpx
BSKY SKY
BSKY SKY

Commonwealth Gamesରୁ ଓହରିବା ନିଷ୍ପତ୍ତି Hockey India ଏକତରଫା ଭାବେ ନେଇପାରିବ ନାହିଁ: କ୍ରୀଡ଼ାମନ୍ତ୍ରୀ

BSKY

ନୂଆଦିଲ୍ଲୀ: ନିକଟରେ କମନୱେଲଥ ଗେମ୍ସରୁ ହକି ଇଣ୍ଡିଆ ଓହରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲା । ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, ରାଷ୍ଟ୍ରୀୟ ହକି ମହାସଂଘ ଏହି ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପରାମର୍ଶ କରିବା ଜରୁରୀ ଥିଲା । ଅଲିମ୍ପିକ୍ ଗେମ୍ସର ମୁଖ୍ୟ ପାଣ୍ଠି ପ୍ରଦାନକାରୀ ହିସାବରେ ଏକ ଜାତୀୟ ଦଳର ପ୍ରତିନିଧିତ୍ୱ ଉପରେ ନିଷ୍ପତ୍ତି ନେବାର ଅଧିକାର ସରକାରଙ୍କର ରହିଛି ବୋଲି ସେ କହିଛନ୍ତି ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି କ୍ରିକେଟ ଟିମ ଆଇପିଏଲ, ବିଶ୍ୱକପରେ ଭାଗ ନେଇ ପାରୁଛ ତେବେ ହକି ଟିମ୍ କାହିଁକି ଏସିଆନ୍ ଓ କମନୱେଲଥ ଗେମ୍ସରେ ଭାଗ ନେଇପାରିବେ ନାହିଁ । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରୁ ମାତ୍ର ୧୮ ଜଣ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ଏକ ବିଶ୍ୱସ୍ତରର ଇଭେଷ୍ଟରେ ଭାଗ ନେବା ନେଇ ହକି ଇଣ୍ଡିଆ ସରକାରଙ୍କ ଉଦ୍ଦିଷ୍ଟ ବିଭାଗ ସହିତ ଆଲୋଚନା କରିବା ଦରକାର । ସୂଚନାଯୋଗ୍ୟ ଯେ, ବ୍ରିଟେନ ସରକାରଙ୍କ କୋଭିଡ-୧୯ ଭେଦଭାବପୂର୍ଣ୍ଣ କଟକଣା ଜାରି ପରେ ହକି ଇଣ୍ଡିଆ କମନୱେଲଥ ଗେମ୍ସରୁ ଓହରିବା ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.