fbpx

ବିମାନ ଦୁର୍ଘଟଣାରେ ଚାଲିଗଲା ୧୬ ଜଣଙ୍କ ଜୀବନ, ଯାତ୍ରା କରୁଥିଲେ ୨୩

ନୂଆଦିଲ୍ଲୀ: ଋଷର ତାତାରସ୍ତାନଠାରେ ୨୩ ଜଣ ଲୋକଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍ ହୋଇଯାଇଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବାକି ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ମିଳିଛି । ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଋଷୀୟ ବିମାନ ଏଲ-୪୧୦ ଟୁରବୋଲେଟ୍ ତାତାରସ୍ତାନ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବିମାନଟି ଦୁଇଟି ଇଞ୍ଜିନ୍ ଥିବା ସର୍ଟରେଞ୍ଜର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଥିଲା । ଏଥିରେ ୨୧ ଜଣ ପାରାଚୁଟ୍ ଡାଇଭର୍ ରହିଥିଲେ । ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.