fbpx

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ INSA ପୁରସ୍କାର

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୪ ଅଧ୍ୟାପକ ପାଇବେ ସମ୍ମାନଜନକ ଆଇଏନଏସଏ(INSA) ପୁରସ୍କାର । ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । ଏହା ବିଜ୍ଞାନ କ୍ଷେତ୍ରରେ ସର୍ବୋଚ୍ଚ ମାନ୍ୟତା । ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ ଇତିହାସରେ ନର୍ଥ କ୍ୟାମ୍ପସରୁ ୪ ଅଧ୍ୟାପକଙ୍କୁ ଏହି ଆୱାର୍ଡ ପାଇଁ ବଛା ଯାଇଛି । ପ୍ରଫେସର ଅଖିଳେଶ କୁମାର ବର୍ମା, ପ୍ରଫେସର ରାମାକାନ୍ତ, ପ୍ରଫେସର ଇନ୍ଦ୍ରଜିତ ସିିଂହ ଏବଂ ବିନୋଦ କୁମାରଙ୍କୁ ଏହି ପୁରସ୍କାର ମିଳିବାକୁ ଯାଉଛି ।

ଅଖିଳେଶ କୁମାର ବର୍ମା ରସାୟନ ବିଭାଗର ପ୍ରଫେସର ଅଛନ୍ତି । ସେ ୧୯୯୮ ରେ ଏସିବିଆର ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ ଏବଂ ପରେ ୨୦୦୯ରେ ରସାୟନ ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲେ । ସେହିଭଳି ପ୍ରଫେସର ରମାକାନ୍ତ ୨୦୦୩ରେ ରସାୟନ ବିଜ୍ଞାନ ବିଭାଗରେ ଯୋଗଦେଇଥିଲେ । ତାଙ୍କର ଗବେଷଣା ଥିଓରେଟିକାଲ ଇଲେକ୍ଟ୍ରୋକେମିଷ୍ଟ୍ରି ଉପରେ ରହିଛି । ପ୍ରଫେସର ଇନ୍ଦ୍ରଜିତ ସିଂହ ପରିବେଶ ଅଧ୍ୟୟନ ବିଭାଗର ପ୍ରଫେସର ଅଛନ୍ତି ସେ ୨୦୦୫ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ପରିବେଶର ଅନେକ ଦିଗ ଉପରେ ଗବେଷଣା କରିଛନ୍ତି ।

ଏଥିସହ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ବିନୋଦ କୁମାରଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଏକ ଆତ୍ମନିର୍ଭରଶୀଳ ସମୟ ସଂରକ୍ଷଣ ବ୍ୟବସ୍ଥା ଉପରେ ଆଧାରିତ ଯାହା ଏକାଧିକ ପରିବେଶ ସୂତ୍ର ପ୍ରତି ସମ୍ବେଦନଶୀଳ ଅଟେ ଏବଂ ବ୍ୟକ୍ତି ଏବଂ ପ୍ରଜାତିମାନଙ୍କୁ ସେମାନଙ୍କର ଆଚରଣଗତ କାର୍ଯ୍ୟକଳାପକୁ ସବୁଠାରୁ ଉପକାରୀ ଉପାୟରେ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ।

Get real time updates directly on you device, subscribe now.