fbpx

ଅପରେସନ ଥିଏଟର ଭିତରେ ମହିଳାଙ୍କୁ ଗଣଦୁଷ୍କର୍ମ; ୪ ଷ୍ଟାଫଙ୍କ ଉପରେ ଅଭିଯୋଗ ଆଣିଲେ ମହିଳା

ନୂଆଦିଲ୍ଲୀ: ଅପରେସନ ଥିଏଟର ଭିତରେ ମହିଳାଙ୍କୁ ୪ ହସ୍ପିଟାଲ ଷ୍ଟାଫଙ୍କ ଗଣଦୁଷ୍କର୍ମ । ପଞ୍ଜାବ ଭଟିଣ୍ଡା ସହରରେ ଏକ ବେସରକାରୀ ହସ୍ପିଟାଲର ଅପରେସନ ଥିଏଟରରେ ମହିଳାଙ୍କୁ ହସ୍ପିଟାଲ ଷ୍ଟାଫଙ୍କ ଗଣଦୁଷ୍କର୍ମ ଅଭିଯୋଗ  । ପୀଡ଼ିତା ମହିଳା ସିଭିଲ ହସ୍ପିଟାଲ ଭଟିଣ୍ଡାରେ ଭର୍ତ୍ତି ହୋଇ ନିଜର ମେଡିକାଲ ଯାଞ୍ଚ କରାଇଛନ୍ତି । ପୋଲିସ ମହିଳାଙ୍କ ବୟାନ ଅଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୀଡ଼ିତା ମହିଳା ଜଣଙ୍କ କହିଛନ୍ତି ସେ ଅପରେସନ ପାଇଁ ଭଟିଣ୍ଡାର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ଅକ୍ଟୋବର ୪ ତାରିଖରେ ତାଙ୍କର ଅପରେସନ ହେବା ଥିଲା । ଅପରେସନ ପାଇଁ ହସ୍ପିଟାଲ ଷ୍ଟାଫ ତାଙ୍କୁ ଅପରେସନ ଥିଏଟର ନେଇ ଯାଇଥିଲେ । ସେଠାରେ ତାଙ୍କୁ ଆନାସ୍ଥିସିଆ ଦେଇ ଅପରେସନ ଥିଏଟର ଭିତରେ ୬ ଜଣ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣକ କହିଛନ୍ତି ଏନେଇ ହସ୍ପିଟାଲର ଡାକ୍ତରମାନେ କିଛି ଜାଣିନାହଁନ୍ତି । ସେ କହିଛନ୍ତି ଏହାପରେ ସେ ସେଠାରୁ କାହାକୁ କିଛି ନକହି ପଳାଇଯାଇଥିଲେ ଏବଂ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଘଟଣାର ସୂଚନା ପୋଲିସକୁ ଦେଇଥିଲେ । ସିଭିଲ ଲାଇନ ଥାନା ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.