fbpx
BSKY SKY
BSKY SKY

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୯-୨ ରେ ହରାଇଲା ଅଷ୍ଟ୍ରେଲିଆ

BSKY

ରାଉରକେଲା: ଆଜି ପୁରୁଷ ହକି ବିଶ୍ୱକପ୍‍ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ’ ଦକ୍ଷିଣ ଆଫ୍ରିକା’କୁ ୯-୨ ରେ ବ୍ୟବଧାନରେ ପରାସ୍ତ କରିଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁଲ୍‍-ଏ’ରେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରାତ୍ମକ ଖେଳ ଖେଳି ଦକ୍ଷିଣ ଆଫ୍ରିକା ଉପରେ ଗୋଲ ବର୍ଷ କରିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଜୋଭରସ୍‌(୩,୧୫,୧୯,୨୦) ମିନିଟ୍‌ରେ ସର୍ବାଧିକ ୪ଟି ଗୋଲ୍ ସ୍କୋର କରିଥିଲେ । ଏଥିରେ ୨ଟି ଫିଲ୍ଡ ଗୋଲ୍ ଏବଂ ଦୁଇଟି ପେନାଲ୍ଟି କର୍ଣ୍ଣର ସାମିଲ ଥିଲା । ସେହିପାରି ବାକି ୫ଟି ଗୋଲ୍ କ୍ରେଗ୍ ଟମ୍‌, ହାର୍ଭିଭ ଜେକ୍ ଓ ବିଆଲେ ଡାନିଏଲ୍ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ ।

Image

ଅଷ୍ଟ୍ରେଲିଆର ଆକ୍ରାତ୍ମକ ଖେଳ ସାମ୍ନାରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୨ଟି ଗୋଲ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଦଳ ପାଁ ଅଣ୍ଟୁଲି ନ୍ୱକୋବଲି କକ୍ ତେଭିନ୍ ୭ ମିନିଟ୍ ଓ ୫୭ତମ ମିନିଟ୍‌ରେ ଦୁଇଟି ଗୋଲ୍ ସ୍କୋର କରିଥିଲେ । ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ପ୍ରଭାବି ପ୍ରଦର୍ଶନ ଜାରି ରଖିଛି । ୧୩ ତାରିଖରେ ପ୍ରାରମ୍ଭିକ ମ୍ୟାଚ୍‌ରେ ଦଳ ଫ୍ରାନ୍ସକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା ।

Image

ଆଜି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆହୁରି ତିନୋଟି ମ୍ୟାଚ୍‍ ଆଜି ଖେଳାଯିବ। ଅପରାହ୍ନ ୩ଟାରେ ଆର୍ଜେଣ୍ଟିନା’ ଏବଂ ଫ୍ରାନ୍ସ ମଧ୍ୟରେ ଏବେ ଖେଳ ଜାରି ରହିଛି। ସେହିପରି ସନ୍ଧ୍ୟା ୫ଟାରେ ବେଲଜିୟମ’ ଜାପାନ୍‍କୁ ଭେଟିବାକୁ ଥିବାବେଳେ ସନ୍ଧ୍ୟା ୭ଟାରେ ଜର୍ମାନୀ ଓ କୋରିଆ ମଧ୍ୟରେ ମୁକାବିଲା ହେବ।

Get real time updates directly on you device, subscribe now.