fbpx

ସାଧାରଣ ଜନତାଙ୍କ ବଢିଲା ଚିନ୍ତା; ମହଙ୍ଗା ହେବ ସାମ୍ଫୁ ସାବୁନ ସହ ଏହିସବୁ ସାମଗ୍ରୀ

ନୂଆଦିଲ୍ଲୀ: ମଗ୍ର ଦେଶରେ ଦ୍ରୁତ ଗତିରେ ବଢୁଥିବା ମୁଦ୍ରାସ୍ଫୀତି କାରଣରୁ ସାଧାରଣ ଜନତାଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚିନ୍ତାରେ ପକାଇଦେବ । କାରଣ ବର୍ତ୍ତମାନ ଦୈନନ୍ଦିନ ଜିନିଷଗୁଡ଼ିକ ଯଥା – ସାବୁନ୍, ସାମ୍ପୁ, ଏବଂ ଟୁଥପେଷ୍ଟ ମହଙ୍ଗା ହେବାକୁ ଯାଉଛି । ଏଥିସହିତ ରିନ୍, ଲକ୍ସ, ଲାଇଫବୟ, ଫେୟାର ଏବଂ ଲଭଲିର ମୂଲ୍ୟ ମଧ୍ୟ ବଢିପାରେ । ତେବେ ଦେଶର ଅଗ୍ରଣୀ FMCG କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL) ଶୀଘ୍ର ଏହାର ଉତ୍ପାଦର ମୂଲ୍ୟ ବୃଦ୍ଧି କରିପାରେ । ଫଳରେ ଏହା ସାଧାରଣ ଜନତାଙ୍କ ଉପରେ ଅଧିକ ପ୍ରଭାବ ପକାଇବ ।

ରୟାଲଟି ଫି ବୃଦ୍ଧି ପାଇଛି :କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୁସ୍ତାନ ୟୁନିଲିଭର ପ୍ଲାକ୍ସି ରୟାଲଟି ୮୦ ବେସିସ୍ ପଏଣ୍ଟକୁ ବୃଦ୍ଧି କରିଛି । ତେବେ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ HULରେ ରୟାଲଟି ଫି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ, ୨୦୧୩ ରେ କମ୍ପାନୀ ଶେଷ ଥର ପାଇଁ ତାର ଫିକୁ ବୃଦ୍ଧି କରାଯାଇଥିଲା ।

ରୟାଲଟି ଫି ୩.୪୫ ପ୍ରତିଶତ ହୋଇପାରେ:ସୂଚନା ପ୍ରଦାନ କରି HUL କହିଛି ଯେ ନୂତନ ଚୁକ୍ତିନାମା ଅନୁଯାୟୀ ରୟାଲଟି ଏବଂ କେନ୍ଦ୍ରୀୟ ସେବା ଶୁଳ୍କ ୩.୪୫ ପ୍ରତିଶତକୁ ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ଗତ ଆର୍ଥିକ ବର୍ଷରେ ଏହା ୨.୬୫ ପ୍ରତିଶତ ଥିଲା । ତେବେ ରୟାଲଟି ଫିରେ ୮୦ ବେସିସ୍ ପଏଣ୍ଟର ବୃଦ୍ଧି ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ । ଏହି ସମୟରେ ମହଙ୍ଗା ମାଡ ସହୁଥିବା ସାଧାରଣ ଜନତାଙ୍କ ପକେଟ୍ ଉପରେ ପ୍ରଭାବ ପଡିପାରେ । କାରଣ ବର୍ତ୍ତମାନ କମ୍ପାନୀ ଦୈନନ୍ଦିନ ସାମଗ୍ରୀ ବୃଦ୍ଧି କରିବାର ସମ୍ଭାବନା ରହିଛି । ତେବେ ଦେଶର ଜଣାଶୁଣା କମ୍ପାନୀ ବର୍ତ୍ତମାନ ଖାଦ୍ୟ, ଘରର ଯତ୍ନ, ଜଳ ବିଶୋଧନକାରୀ ଭଳି ଅନେକ ଉତ୍ପାଦ ପ୍ରସ୍ତୁତ କରୁଛି । ଏହା ବ୍ୟତୀତ ଲୁଣ, ମଇଦା, କଫି, ଚା, କେଚପ୍, ଜୁସ୍, ଆଇସ୍କ୍ରିମ୍, ହ୍ୱିଲ୍ , ରିନ୍ସର୍ଫ୍, ସେଭିଙ୍ଗ କ୍ରିମ୍ ସହିତ ସମସ୍ତ ଉତ୍ପାଦ ଅନ୍ତର୍ଭୂକ୍ତ କରାଯାଇଛି ।

ରାଜସ୍ୱ କେତେ ଥିଲା: କମ୍ପାନୀର ରାଜସ୍ୱ ବିଷୟରେ କହିବାକୁ ଗଲେ, ଗତ ଆର୍ଥିକ ବର୍ଷରେ ଏହା ୫୧,୧୯୩ କୋଟି ଟଙ୍କା ଥିଲା । ଯାହାକି ଏକ ବର୍ଷ ପୂର୍ବେ ୧୧.୩ ପ୍ରତିଶତ ଅଧିକ ଥିଲା, ଯେଉଁଥିରୁ କମ୍ପାନୀ ଏହାର ପ୍ୟାରେଣ୍ଟ୍ କମ୍ପାନୀକୁ ୨.୬୫ ପ୍ରତିଶତ ରୟାଲଟି ଦେଇଥିଲା । ବର୍ତ୍ତମାନ ଏହି ବୃଦ୍ଧି ପରେ କମ୍ପାନୀକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Get real time updates directly on you device, subscribe now.